fbpx

(Video) ପର୍ଯ୍ୟଟକ ଆସିଥିଲେ ଚିଡ଼ିଆଖାନା ବୁଲିବାକୁ, ଗୋରିଲା କଲା ଏମିତି…

ଆପଣ ନିଶ୍ଚୟ ଚିଡ଼ିଆଖାନା ବା’ ‘ଜୁ’ ବୁଲିବାକୁ ଯାଇଥିବେ । ଏହି ଚିଡ଼ିଆଖାନା ରେ ଆପଣ ଭିନ୍ନ ଭିନ୍ନ ପ୍ରକାର ଜୀବଜନ୍ତୁ ଦେଖିବାକୁ ପାଇବେ । ସବୁ ପ୍ରାଣୀଙ୍କୁ ଦେଖିବାରେ ଏକ ଭିନ୍ନ ମଜା ମଧ୍ୟ ଥାଏ । ସେ ହାତୀ ହେଉ କି ବାଘ ହେଉ କିମ୍ବା ପୁଣି ଜିରାଫ୍ ଏହି ପ୍ରାଣୀଙ୍କୁ ପାଖରୁ ଦେଖିବାର ମଜା କିଛି ନିଆରା । ସେହିଭଳି ଜୁ ରେ ଗୋରିଲାକୁ ଦେଖିବାକୁ ମଧ୍ୟ ବେଶ୍ ଭଲ ଲାଗିଥାଏ ।

କୁହାଯାଏ ଗୋରିଲା ହେଉଛି ମଣିଷର ପୂର୍ବଜ । ଗୋରିଲାଙ୍କ ବ୍ୟବହାର ମଧ୍ୟ ମଣିଷ ଭଳି ହୋଇଥାଏ । ତେବେ ଏହାରି ମଧ୍ୟରେ ଗୋରିଲାକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କୁ ହସ ତ’ ନିଶ୍ଚୟ ଲାଗିବ ପୁଣି ଆପଣ ଆଶ୍ଚର୍ଯ୍ୟ ମଧ୍ୟ ହେବେ । କାରଣ ଏଠାରେ ପର୍ଯ୍ୟଟକଙ୍କ ପୂରା ମନୋରଞ୍ଜନ କରୁଛି ଏହି ଗୋରିଲା । ଆଉ ଜୁ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ହିଁ ଗୋରିଲା ନିଜ ଛୁଆକୁ ଦେଖାଉଛି ।

ପ୍ରକୃତରେ କାନାଡାର କାଲଗ୍ୟାରୀ ଚିଡ଼ିଆଖାନାକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ଗୋରିଲା ନିଜ ଛୁଆକୁ ଦେଖାଉଥିଲା । ଚିଡ଼ିଆଖାନା ବୁଲିବାକୁ ଆସିଥିବା ପର୍ଯ୍ୟଟକମାନେ ଯେତେବେଳ ଗୋରିଲା ପାଖକୁ ଯାଇଥିଲେ ସେତେବେଳ ସେହି ଗୋରିଲାଟି ନିଜ ଛୁଆକୁ ଟେକି ପର୍ଯ୍ୟଟକଙ୍କୁ ଦେଖାଇବାକୁ ଲାଗିଥିଲା । ନିଜ ଛୁଆକୁ ଭଲ ଭାବରେ ପର୍ଯ୍ୟଟକଙ୍କୁ ଦେଖାଉଥିଲା, ଏମିତିକି ମଝିରେ ମଝିରେ ଗେଲ ମଧ୍ୟ କରୁଥିଲା । ଯାହାକୁ ଦେଖି ସେଠାରେ ଥିବା ପର୍ଯ୍ୟଟକମାନେ ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଯାହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଭିଡିଓ…

 

View this post on Instagram

 

A post shared by ViralHog (@viralhog)

ସେପଟେ ଅନେକ ଏହି କ୍ୟୁଟ୍ ଭିଡିଓକୁ ଦେଖି କମେଣ୍ଟରେ ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି । ଏହି ଏହାକୁ ସୁନ୍ଦର କହୁଥିବାବେଳେ କେହି କେହି ୟୁଜର୍ସ ପଶୁଙ୍କୁ ସବୁବେଳେ ମୁକ୍ତ ରହିବା ନେଇ ପ୍ରତିକ୍ରିୟା ରଖିଛନ୍ତି ।

Get real time updates directly on you device, subscribe now.