fbpx

ମମିତା ହତ୍ୟା ମାମଲାରେ ଗୋବିନ୍ଦକୁ ଜାମିନ: ଏହି ସର୍ତ୍ତ ରଖି ନିଷ୍ପତ୍ତି ଶୁଣାଇଲେ ଏଡିଜେ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମମିତା ହତ୍ୟା ମାମଲାରେ ନେଇ ଆସିଛି ଆଉ ଏକ ଖବର । ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କଲେ ହାଇକୋର୍ଟ । ଆଜିଠାରୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଆନ୍ତରୀଣ ଜାମିନ ପାଇଛି ଗୋବିନ୍ଦ । ହାଇକୋର୍ଟଙ୍କ ନିଷ୍ପତ୍ତି କ୍ରମେ କଣ୍ଟାବାଞ୍ଜି ଏଡିଜେ ଜାମିନ ପ୍ରଦାନ କରିଛନ୍ତି ।

ସୂଚନା ଅନୁସାରେ, ଗତବର୍ଷ ଅକ୍ଟୋବରରେ ହୋଇଥିବା ମମିତା ହତ୍ୟା ମାମଲାରେ ଗୋବିନ୍ଦ ସାହୁକୁ ଗିରଫ କରାଯାଇଥିଲା । ତେବେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦକୁ ଏବେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି କଣ୍ଟାବାଞ୍ଜି ଏଡିଜେ । ହାଇକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ଆଜିଠାରୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଜାମିନରେ ରହିଛି ଗୋବିନ୍ଦ ସାହୁ । ୫୦ ହଜାର ଟଙ୍କା ଲେଖାଏଁ ୨ଟି ମୁଚାଲିକାରେ ସର୍ତ୍ତମୂଳକ ଜାମିନ ପାଇଛି ଗୋବିନ୍ଦ । ତେବେ ଜାମିନ ପୂର୍ବରୁ ଗୋବିନ୍ଦ ସାହୁ ପାଇଁ ରହିଛି କିଛିଟା ସର୍ତ୍ତ । କିନ୍ତୁ ପ୍ରତିଦିନ ତଦନ୍ତ ଅଧିକାରୀଙ୍କ ଦେକା କରିବା ସହ ମିଡିଆକୁ ବୟାନ ନ ଦେବା ପାଇଁ ସର୍ତ୍ତ ରଖାଯାଇଛି ।

Get real time updates directly on you device, subscribe now.