ସମସ୍ତଙ୍କ ରହିବା ବ୍ୟବସ୍ଥା ହେବ, ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ଜିଲ୍ଲାପାଳଙ୍କ ଆଶ୍ୱାସନ

ପୁରୀ: ଦୁଇ ଦିନ ପୁରୀରେ କାର୍ତ୍ତିକ ବ୍ରତ ପାଇଁ ଆସିଥିବା ବିନା ପଞ୍ଜିକୃତ ହବିଷ୍ୟାଳି ବହୁ ହଇରାଣ ହେବା ପରେ ସାମ୍ନାକୁ ଆସିଛନ୍ତି ବିଧାୟକ ଜୟନ୍ତ ଷଡଙ୍ଗୀ । ଘଣ୍ଟାଏ ଭିତରେ ହିଁ ହବିଷ୍ୟାଳିଙ୍କ ଥଇଥାନ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବିଧାୟକଙ୍କ ପ୍ରତିଶ୍ରୁତି ପରେ ଅସନ୍ତୁଷ୍ଟ ହବିଷ୍ୟାଳିଙ୍କ ମଧ୍ୟରେ ଆଶାର କରିଣ ଦେଖିବାକୁ ମିଳିଛି । ସେମାନେ ସୁଖ ଶାନ୍ତିରେ ବ୍ରତ କରିବାକୁ ସମର୍ଥ ହେବେ ବୋଲି ଆଶା କରୁଛନ୍ତି ।

କାଲିଠାରୁ ଧାରଣାରେ ବସିଥିବା ହବିଷ୍ୟାଳିଙ୍କ ମଧ୍ୟରେ ଜଣେ ଅଚେତ ହେବା ପରେ ହବିଷ୍ୟାଳିଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ବିଜେପି ବିଧାୟକ ଏନେଇ ପ୍ରଶାସନ ସହ ଆଲୋଚନା କରିସେମାନଙ୍କ ରହିବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ହବିଷ୍ୟଳିଙ୍କ ନିକଟକୁ ଆସି ହବିଷ୍ୟାଳିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କି, ହବିଷ୍ୟାଳିଙ୍କ ପଞ୍ଜିକରଣ ହୋଇ ନ ଥିଲେ ମଧ୍ୟ ସେମାନଙ୍କ ପାଇଁ ବ୍ୟବସ୍ଥା ହେବ । ଏହା ପରେ ଜିଲ୍ଲାପାଳ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି କି, ବୃନ୍ଦାବତୀ ନିବାସର ବେସମେଣ୍ଟରେ ରହିବା ବ୍ୟବସ୍ଥା ହେବ । ଅଧିକ ହବିଷ୍ୟାଳି ହେଳେ ଅନ୍ୟ ଧର୍ମଶାଳାରେ ସେମାନଙ୍କୁ ରଖାଯିବ ।

ତେବେ ଗତକାଲିଠାରୁ ପୁରୀ କାର୍ତ୍ତିକ ବ୍ରତ କରିବା ଉଦ୍ଦେଶ୍ୟରେ ଆସିଥିବା ହବିଷ୍ୟାଳି ସରକାର ପକ୍ଷରୁ ହୋଇଥିବା ବାସ ସ୍ଥାନରେ ରହିବାକୁ ଜାଗା ପାଇନଥିଲେ ପଞ୍ଜିକରଣ ହୋଇନଥିବାରୁ । ପଶାସନ ନିକଟକୁ ଯାଇଥିଲେ ମଧ୍ୟ ସେମାନଙ୍କ ସମସ୍ୟାର ସମାଧାନ ହୋଇନଥିଲା । ସେପଟେ ଆଜିଠାରୁ ହବିଷ ଆରମ୍ଭ ହୋଇଥିଲା । ତେଣୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏମିତି କି ଗତକାଲି ଅଣପଞ୍ଜିକୃତ ହବିଷ୍ୟାଳି ଧାରଣାରେ ବାସିଥିଲେ । ରାତିରେ ରହିବାକୁ ଯାଗା ନ ପାଇବାରୁ ରାସ୍ତା କଡରେ ଏଣେତେଣେ ମଶା, ମାଛି ଦଂଶନରେ ରାତି କାଟିଥିଲେ ବୋଲି ଆଜି ଅଭିଯୋଗ ହୋଇଥିଲା ।

ତେବେ ଅସନ୍ତୋଷ ଓ ହବିଷ୍ୟାଳିଙ୍କ ଧାରଣା ଉଗ୍ରରୂପ ନେଉ ନେଉ ଖରାରେ ଜଣେ ହବିଷ୍ୟାଳି ଆଜି ଅଚେତ ହୋଇପଡିଥିଲେ । ସେହି ହବିଷ୍ୟାଳିଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲ ନେଇ ଭର୍ତ୍ତି କରାଯାଇଛି