fbpx

ଦୃଷ୍ଟିହୀନ ଶିକ୍ଷୟିତ୍ରୀଙ୍କୁ ମିଳିଲା ପୁନଃ ନିଯୁକ୍ତି: ଏନେଇ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୨୦ା୩ (ଓଡିଶା ଭାସ୍କର): ଜଣେ ଦୃଷ୍ଟିହୀନ ଶିକ୍ଷୟିତ୍ରୀଙ୍କୁ ସରକାର ପୁନଃ ନିଯୁକ୍ତି ପ୍ରଦାନ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ଭେଡ଼ାବାହାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ତପେଶ୍ୱରୀ ପଣ୍ଡାଙ୍କୁ ସରକାର ପୁନଃ ନିଯୁକ୍ତି ଦେଇଛନ୍ତି ।

ତପେଶ୍ୱରୀ ଚାକିରି କରିଥିବା ସମୟରେ ନିଜର ଦୃଷ୍ଟିଶକ୍ତି ହରାଇଥିଲେ । ଫଳରେ ଚାକିରି ଲାଗି ସେ ଅକ୍ଷମ ଦର୍ଶାଇ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା ।

ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ମାସରେ ୧୭ ଜଣ ଶିକ୍ଷୟିତ୍ରୀଙ୍କୁ ଚାକିରିରୁ ଅବସର ପ୍ରଦାନ କରାଯାଇଥିଲା । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ତେବେ ତଦନ୍ତ ପରେ ଶିକ୍ଷୟିତ୍ରୀ ତପେଶ୍ୱରୀଙ୍କୁ ଚାକିରିରେ ପୁନଃ ଅବସ୍ଥାପିତ କରାଯାଇଥିବା ମନ୍ତ୍ରୀ ଶ୍ରୀ ଦାଶ ସବିଶେଷ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.