ଭୁବନେଶ୍ୱର : ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦର ଏବେ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଗତ କିଛି ଦିନ ହେଲା ଆଳୁ ଦରରେ ବ୍ରେକ ଲାଗୁନଥିବା ବେଳେ ଏବେ ଅଣ୍ଡା ଦର ଆକାଶଛୁଆଁ ହୋଇଛି। ପ୍ରଥମେ ଆଳୁ, ଏବେ ଅଣ୍ଡା । ଉଭୟ ମଧ୍ୟବିତଙ୍କ ପାଇଁ ଅତ୍ୟାବଶ୍ୟକ ଖାଦ୍ୟ । ଆଳୁ ଚିନ୍ତା ଯାଇନଥିବାବେଳେ ଏବେ ଅଣ୍ଡା ଦରକୁ ନେଇ ଚିନ୍ତାରେ ଖାଉଟି । ଯେଉଁଠି ୫ରୁ ୬ ଟଙ୍କା ମଧ୍ୟରେ ଅଣ୍ଡା ମିଳୁଥିଲା। ତାହା ଏବେ ବଢ଼ି ୭ରୁ ୮ ଟଙ୍କାରେ ପହଞ୍ଚିଛି । ହୋଲସେଲ ଅଣ୍ଡା ପେଟିର ଦାମ ୧୩୫୦ରୁ ୧୪୦୦ ଟଙ୍କା ରହିଛି । ଖୁଚୁରା ବଜାରରେ ପ୍ରତି ଅଣ୍ଡା ପିଛା ଦାମ ୭ରୁ ୮ ଟଙ୍କା । ଅନେକ ଜାଗାରେ ମନଇଚ୍ଛା ୯ ଟଙ୍କାରେ ବିକ୍ରି କରୁଛନ୍ତି ଦୋକାନୀ ।
ବଜାରରେ ଅଣ୍ଡା ଦର ବୃଦ୍ଧି ଯୋଗୁଁ ନା କେବଳ ଗ୍ରାହକ ବରଂ ବ୍ୟବସାୟୀ ମଧ୍ୟ ଚିନ୍ତାରେ ପଡ଼ିଯାଇଛନ୍ତି। ବ୍ୟବସାୟୀଙ୍କ କହିବା ଅନୁସାରେ, କୁକୁଡ଼ା ଦାନା ଦର ବୃଦ୍ଧି ଯୋଗୁଁ ଏହାର ପ୍ରଭାବ ଅଣ୍ଡା ଉପରେ ପଡ଼ୁଛି। ସେପଟେ ପରିବହନ ଖର୍ଚ୍ଚ ମଧ୍ୟ ଦର ବୃଦ୍ଧିର କାରଣ ପାଲଟିଛି । ‘ପୂର୍ବ ବର୍ଷଗୁଡିକ ପରି ଅଣ୍ଡା ପାଇଁ ରାଜ୍ୟ ଆଉ ଆନ୍ଧ୍ର ଉପରେ ନିର୍ଭର କରୁନି । ଓଡ଼ିଶାରେ ଆବଶ୍ୟକ ପରିମାଣରେ ଅଣ୍ଡା ମିଳୁଛି କିନ୍ତୁ, ଅଣ୍ଡା ରେଟ ବଢିବାର ଅନ୍ୟ କାରଣ ସୀତା ବୋଲି ।