fbpx

ଚୈତ୍ର ମେଳାକୁ ନେଇ ଗାଇଡଲାଇନ୍ ଜାରି

ବ୍ରହ୍ମପୁର,୧୨ ।୩(ଓଡିଶା ଭାସ୍କର): ତାରା ତାରିଣୀଙ୍କ ଚୈତ୍ର ମେଳା ନେଇ ଜିଲ୍ଲାପାଳ ଗାଇଡଲାଇନ୍ ଜାରି କରିଛନ୍ତି । ଏଥର କେବଳ ଗଞ୍ଜାମ ଜିଲ୍ଲା ଲୋକଙ୍କୁ ଚୈତ୍ର ମେଳା ଯିବାକୁ ଅନୁମତି ମିଳିଛି । ଜିଲ୍ଲା ବାହାରର କୌଣସି ଲୋକଙ୍କୁ ମନ୍ଦିରକୁ ଆସିବାକୁ ଅନୁମତି ଦିଆଯାଇନାହିଁ । ମୁଣ୍ଡନ ସ୍ଥଳକୁ ୬୦ ବର୍ଷରୁ ଅଧିକ ଲୋକ ଯିବାକୁ ବାରଣ ହୋଇଛି । ଘାଟି ରାସ୍ତାରେ ଚାଲି ଚାଲି ମନ୍ଦିର ଯିବା ମନା ହୋଇଥିବା ବେଳେ ନିର୍ଦ୍ଧାରିତ ବସରେ ଲୋକମାନେ ମେଳାକୁ ଯାଇପାରିବେ । ଏହା ସହ ଉପରବେଢାରେ ଖାଦ୍ୟ ବଣ୍ଟନ ଓ ଖାଇବା ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି ।

Get real time updates directly on you device, subscribe now.