fbpx

୧୮୦ କିମି ଦୂରରେ ‘ଗୁଲାବ’, ଗଞ୍ଜାମ ଓ ଗଜପତିରେ ରହିବ ବେଶି ପ୍ରଭାବ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୮ଟା ୩୦ ସୁଦ୍ଧା ଗୋପାଳପୁର ଠାରୁ ୧୮୦ କିମି ଦୂରରେ ରହିଛି ବାତ୍ୟା ଗୁଲାବ । ଆନ୍ଧ୍ର କଳିଙ୍ଗପଟ୍ଟନମ୍ ଠାରୁ ୨୮୦ କିମି ଦୂରରେ ରହିଛି ସମ୍ଭାବ୍ୟ ବାତ୍ୟା ଗୁଲାବ । ଗତ ୬ ଘଣ୍ଟାରେ ବେଗ ରହିଛି ଘଣ୍ଟା ପ୍ରତି ୧୭ କିଲୋମିଟର୍ । ମଧ୍ୟରାତ୍ର ସୁଦ୍ଧା ଗୋପାଳପୁର ଓ କଳିଙ୍ଗପଟ୍ଟନମ୍ ମଝିରେ ଲ୍ୟାଣ୍ଡଫଲ୍ ହେବ । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାକୁ ୭୫ରୁ ୮୫ କିମି ରହିବ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ ।

ତେବେ ଏହାର ପ୍ରଭାବ ଗଞ୍ଜାମ ଓ ଗଜପତିରେ ବେଶି ପ୍ରଭାବ ରହିବ । ପ୍ରାୟ ରାତି ୯ଟା ପରେ ଲ୍ୟାଣ୍ଡଫଲ୍ କରିବ ସାମୁଦ୍ରିକ ଝଡ଼ “ଗୁଲାବ” । ଏନେଇ ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ରହିବ । ଏହି ସମୟରେ ପବନର ବେଗ ୭୫ରୁ ୮୫ କିମି ରହିବ । ତେବେ ଭୁବନେଶ୍ୱରରେ ବି ତମାମ ବର୍ଷା ଲାଗି ରହିବ । ଆଜି ଆଉଟର୍ ବେଲ୍ଟ ଉପକୂଳ ଓଡ଼ିଶାରେ ବର୍ଷା ହେବ ।

Get real time updates directly on you device, subscribe now.