fbpx

ଗନ୍‌ ପାଉଡର୍‌ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୧୬ ମୃତ, ଜଣେ ଜୀବିତ ଉଦ୍ଧାର

ମସ୍କୋ : ରୁଷ୍‌ର ମସ୍କୋ ଠାରୁ ପ୍ରାୟ ୨୭୦ କି.ମି. ଦୂର ରାୟଜନ ରିଜିଅନ୍‌ର ଇଲାଷ୍ଟିକ୍‌ ଗନ ପାଉଡର ଫ୍ୟାକ୍ଟ୍ରିରେ ଶୁକ୍ରବାର ବିସ୍ଫୋରଣ ଫଳରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ପ୍ରଶାସନ କହିଛି ଯେ, ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଜୀବିତ ଉଦ୍ଧାର କରାଯାଇ ପାରିଛି । ତେବେ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଗନ ପାଉଡର ଉତ୍ପାଦନ ବେଳେ କୌଣସି ତ୍ରୁଟି ଯୋଗୁ ଏପରି ଘଟିଥିବା କୁହାଯାଉଛି । ତଥାପି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଯୋଗୁଁ ଫ୍ୟାକ୍ଟ୍ରିଟି ସମ୍ପୂର୍ଣ୍ଣ ଧ୍ୱଂସ ପାଇଯାଇଛି । ବାରୁଦରୁ ଆଉ ବିସ୍ଫୋରଣ ଭୟରେ ସମଗ୍ର ଅଞ୍ଚଳକୁ କର୍ଡନ କରି ଦିଆଯାଇଛି ।

Get real time updates directly on you device, subscribe now.