fbpx

One ‘ସ୍ମଚ ହ୍ୱିସ୍କି ବୋତଲ’ please:ମଦ ଡିମାଣ୍ଡରେ ଚାକିରିରୁ ବଦଳି

ଗୁରୁଗ୍ରାମ:ମଦ ପାଇଁ ବଦଳିଲେ ଅବକାରୀ ଅଧିକାରୀ । ମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଅର୍ଡର କରିଥିଲେ ସ୍ମଚ ହ୍ୱିସ୍କି ବୋତଲ । ଯାହାର ପରିଣାମ ସ୍ୱରୁପ ତାଙ୍କୁ ବଦଳି କରାଯାଇଛି । ସୂଚାନମୂତାବକ ଅଧିକାରୀଜଣକ ମଦ ବୋତଲ ମାଗୁଥିବାର ଅଡିଓ ସହ ଉକ୍ତ ମଦ ଦୋକାନର ମାଲିକ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ‘ଗ୍ରିଭେନ୍‌ସ୍‌ ରିଡ୍ରେସାଲ୍‌ ସିଷ୍ଟମ୍‌’କୁ ଜଣାଇଥିଲେ। ପିଟିଆଇ’ ରିପୋର୍ଟ ଅନୁସାରେ, ଉକ୍ତ ଅଡିଓରେ ଅବକାରୀ ବିଭାଗ ଇନ୍‌ସ୍‌ପେକ୍ଟର୍‌ ସନ୍ଦୀପ ଲୋହାନ୍‌ ସେକ୍ଟର୍‌ ୪୭ସ୍ଥିତ ବଖ୍‌ତାୱାର୍‌ ଚୌକ୍‌ ମଦ ଦୋକାନର କର୍ମଚାରୀଙ୍କୁ ୧୫ ବର୍ଷ ପୁରାତନ ‘ଗ୍ଲେନ୍‌ଫିଡିଚ୍‌’ ହ୍ବିସ୍କିରୁ ୬ ବୋତଲ ଜଣେ ମନ୍ତ୍ରୀ କାର୍ଯ୍ୟକ୍ରମ ଆୟୋଜନ କରିଥିବା ଏକ ହୋଟେଲ୍‌କୁ ପଠାଇ ଦେବାକୁ କହୁଛନ୍ତି।

ଅଡିଓ ରେ ଶୁଣିବାକୁ ମିଳୁଛି କର୍ମଚାରୀଜଣକ କହୁଛନ୍ତି ଯେ, ସେ ହ୍ବିସ୍କି ନାହିଁ। ଏକଥା ଶୁଣି ଲୋହାନ୍‌ ରାଗି ବାଣ ହେଇ ଯାଉଛନ୍ତି। ଏହାର ପର ଦିନ ଲୋହାନ ଉକ୍ତ ଦୋକାନକୁ ଯାଇ କର୍ମଚାରୀଙ୍କୁ ଗାଳିଦେବାସହ ଜୋର ଜବରଦସ୍ତି ଦୋକାନ ବନ୍ଦ କରାଇଥିଲେ। ଏ ବିଷୟରେ ଅବକାରୀ କମିସନର୍‌ଙ୍କୁ ଅବଗତ କରାଯାଇଥିଲେ ବି ଲୋହାନ୍‌ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ‌ ବୋଲି ମାଲିକ ଅନୁଜ କହିଛନ୍ତି।

ଏହାପରେ ଅନୁଜ ‘ସି.ଏମ୍‌. ୱିଣ୍ଡୋ’, ‘ଭିଜିଲାନ୍ସ୍‌ ବିଭାଗ’, ‘ଗୃହମନ୍ତ୍ରୀ’ ଓ ଅନ୍ୟାନ୍ୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଇନ୍‌ସପେକ୍ଟର୍‌ଙ୍କୁ ଗୁରୁଗ୍ରାମରୁ ପଞ୍ଚକୁଲାସ୍ଥିତ ମୁଖ୍ୟାଳୟକୁ ବଦଳି କରାଯାଇଛି। ସହକାରୀ ଅବକାରୀ ଓ ଟିକସ ଅଧିକାରୀ ବିଜୟ କୁମାର ଏହି ମାମଲାର ତଦନ୍ତ କରିବେ। ତଦନ୍ତ ରିପୋର୍ଟ ଆଧାରରେ ଲୋହାନ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରା ଯାଇଛି ।

Get real time updates directly on you device, subscribe now.