fbpx

ହସରଙ୍ଗାଙ୍କ ହ୍ୟାଟ୍ରିକ୍ ବ୍ୟର୍ଥ: ମିଲରଙ୍କ ବ୍ୟାଟିଂରେ ଜିତିଲା ସାଉଥ୍ ଆଫ୍ରିକା

ନୂଆଦିଲ୍ଳୀ: ୱିନିନ୍ଦୁ ହସରଙ୍ଗାଙ୍କ ହ୍ୟାଟ୍ରିକ ବ୍ୟର୍ଥ ହେବା ସହିତ ସାଉଥ୍ ଆଫ୍ରିକା ହାତରୁ ମ୍ୟାଚ୍ ଛଡେଇ ନେଇଛନ୍ତି ଡେଭିଡ ମିଲର । ସାଉଥ୍ ଆଫ୍ରିକା ୧୪୩ ରନର ପିଛା କରୁଥିବା ବେଳେ ଶେଷ ଓଭରରୁ ୧୫ ରନ ଆବଶ୍ୟକ ଥିଲା । ଡେଭିଡ୍ ମିଲରଙ୍କ ଦୁଇଟି ଛକା ମାରିବା ସହିତ ଗୋଟିଏ ବଲ ପୂର୍ବରୁ ଦଳକୁ ବିଜୟୀ କରାଇଥିଲେ । ଟେମ୍ବା ବାଭୁମା ସର୍ବାଧିକ ୪୬ ରନ କରିଥିବା ବେଳେ ଡେଭିଡ୍ ମିଲର ୨୩ ରନ କରି ଅପରାଜିତ ରହିଥିଲେ । ଶ୍ରୀଲଙ୍କା ପକ୍ଷରୁ ୱାନିନ୍ଦୁ ହସରଙ୍ଗା ହ୍ୟାଟ୍ରିକ ସହିତ ୩ଟି ୱିକେଟ ଅକ୍ତିଆର କରିଥିଲେ ।

ଟସ୍ ହାରି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିବା ବେଳେ ପାଥୁମ ନିଶଙ୍କାଙ୍କ ୭୨ ରନ ବଳରେ ଶ୍ରୀଲଙ୍କା ୧୪୨ ରନରେ ସମସ୍ତ ୱିକେଟ ହରାଇଥିଲା । ଚରିଥ୍ ଅସଲଙ୍କା ୨୧ ରନ କରିଥିବା ବେଳେ ୮ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ ।ସାଉଥ୍ ଆଫ୍ରିକା ପକ୍ଷରୁ ତାବରେଜ୍ ଶାମ୍ସି ଓ ଡ୍ୟାନ ପ୍ରିଟୋରିୟସ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଜବାବରେ ହସରଙ୍ଗାଙ୍କ ହ୍ୟାଟ୍ରିକ ସତ୍ତେ୍ୱ ବିଜୟୀ ହୋଇ ପାରିନଥିଲା ଶ୍ରୀଲଙ୍କା । ୧୫ ତମ ଓଭରର ଅନ୍ତିମ ବଲରେ ମାର୍କରାମଙ୍କୁ ଆଉଟ କରିଥିବା ହସରଙ୍ଗା ୧୭ ତମ ଓଭରର ପ୍ରଥମ ଦୁଇ ବଲରେ ବାଭୁମା ଓ ପ୍ରିଟୋରିୟସଙ୍କୁ ଆଉଟ କରିଥିଲେ ।

Get real time updates directly on you device, subscribe now.