fbpx

ନୋ ବଲ ବିବାଦକୁ ନେଇ ମୁହଁ ଖୋଲିଲେ ଦିଲ୍ଲୀର ହେଡ କୋଚ ରିକି ପଣ୍ଟିଂ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ରାଜସ୍ଥାନ-ଦିଲ୍ଲୀ ମ୍ୟାଚରେ ହୋଇଥିବା ନୋ ବଲ ବିବାଦ ଏବେ ଚର୍ଚ୍ଚାରେ ରହିଛି । ଅମ୍ପାୟାରଙ୍କ ନୋ ବଲ ଘୋଷଣା ପରେ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତଙ୍କର ଆଉ ଏକ ଅନ୍ଦାଜ ଦେଖିବାକୁ ମିଳିଥିଲା । ଏବେ ଏହି ସମ୍ପୂର୍ଣ୍ଣ ବିବାଦ ଉପରେ ମୁହଁ ଖୋଲିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ହେଡ କୋଚ ରିକି ପଣ୍ଟିଂ । ଘଟଣା ଘଟିବାର ଗୋଟିଏ ସପ୍ତାହ ପରେ ଏ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି ।

IPL 2022: DC coach Ricky Ponting in isolation as family member tests  positive; will miss match against RR

ଆଇସୋଲେସନରୁ ବାହାରିବା ଏ ନେଇ ପଣ୍ଟିଂ ପ୍ରତିକ୍ରିୟା ଦେଇଛନ୍ତି । ଦଳର ସଦସ୍ୟ ଏବଂ ସେମାନଙ୍କ ବ୍ୟବହାରକୁ ଭୁଲ ବୋଲି ସେ ସ୍ୱୀକାର କରିଛନ୍ତି । ତେବେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବି ସେ ସମର୍ଥନ କରି ନାହାନ୍ତି । ସେ କହିଛନ୍ତି ଯେ, ଅମ୍ପାୟାରଙ୍କ ନିଷ୍ପତ୍ତି ଠିକ ନଥିଲା, କିନ୍ତୁ ଆପଣଙ୍କୁ ଏହା ସହିତ ହିଁ ଆଗକୁ ବଢିବାକୁ ପଡିବ । ଆମ ଦଳର ଖେଳାଳିମାନଙ୍କ ବ୍ୟବହାର ଏବଂ ଆସିଷ୍ଟାଣ୍ଟ କୋଚ ପଡିଆ ଭିତରକୁ ଚାଲିଯିବା ମଧ୍ୟ କୌଣସି ଗର୍ବର କଥା ନୁହେଁ । ଏହା ମଧ୍ୟ ଭୁଲ ଥିଲା । ତେବେ ଏ ନେଇ ସେ ସାଥୀ ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିବା କହିଛନ୍ତି ରିକି ପଣ୍ଟିଂ ।

IPL 2022: Rishabh Pant, Shardul Thakur, Pravin Amre Fined For Code Of Conduct Breach - Pragativadi

ଶେଷ ଓଭରରେ ଓବେଡ ମକାୟଙ୍କ ତୃତୀୟ ବଲ ଅଣ୍ଟା ଉପରେ ଥଲେ ମଧ୍ୟ ଏହାକୁ ନୋ ବଲ ଦେଇ ନଥିଲେ ଅମ୍ପାୟାର । ଯାହା ପରେ ପନ୍ତ ତାଙ୍କର ଦୁଇ ବ୍ୟାଟ୍ସମ୍ୟାନ ରୋଭମେନ ପାୱେଲ ଏବଂ କୁଳଦୀପ ଯାଦବଙ୍କୁ ପାଭିଲିୟନ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଥିଲେ । ସେପଟେ ଆସିଷ୍ଟାଣ୍ଟ କୋଚ ଅମ୍ପାୟାରଙ୍କୁ ବିରୋଧ କରିବା ପାଇଁ ପଡିଆ ଭିତରକୁ ଚାଲି ଆସିଥିଲେ । ତେବେ ଏହାପରେ ସମସ୍ତ ଖେଳାଳିଙ୍କ ଉପରେ ଜରିମାନା ଲଗାଇଥିଲା ବିସିସିଆଇ ।

Get real time updates directly on you device, subscribe now.