fbpx

କଦଳୀ ଚୋପା ଖାଇଲେ ଶରୀରକୁ ମିଳିଥାଏ ଫାଇଦା : ଜଣିନିଅନ୍ତୁ ଏହାର ଉପକାରିତା

ଭୁବନେଶ୍ୱର : କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ । ଏଥିରେ ପୋଷକ ତତ୍ତ୍ୱ ଭରପୁର ହୋଇରହିଛି ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ବୋଲି ମଧ୍ୟ କୁହାଯାଏ। କଦଳୀର ଉପକାରୀ ଗୁଣ ବିଷୟରେ ସଭିଁଙ୍କୁ ଜଣା। ମାତ୍ର ଏହାର ଚୋପାର ଉପକାରୀ ଗୁଣ ବିଷୟରେ ଜାଣିଛନ୍ତି କି? ଅଧିକାଂଶ ଲୋକେ ସାଧାରଣତଃ କଦଳୀ ଖାଇବା ପରେ ଏହାର ଚୋପାକୁ ଫିଙ୍ଗି ଦିଆନ୍ତି। ମାତ୍ର ଏହାର ଚୋପା ଆଶ୍ଚର୍ଯ୍ୟଜନକ ଲାଭ ଦେଇଥାଏ ।

ଜାଣିନିଅନ୍ତୁ ଏହାର ଉପକାରିତା :

. କଦଳୀ ଓ ଏହାର ଚୋପା ଉଭୟ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଅଟେ । ସବୁଜ କଦଳୀ ପାଚନ ଜନିତ ସମସ୍ୟା ଦୂର କରିବା ପାଇଁ ଅଧିକ ପ୍ରଭାବଶାଳୀ ହୋଇଥାଏ । ଏହାସହ ପାଚିଲା କଦଳୀ
ଶରୀରକୁ ଅନେକ ସଂକ୍ରମଣରୁ ରକ୍ଷା କରିଥାଏ। କଦଳୀ ଚୋପାରୁ ସ୍ୱାସ୍ଥ୍ୟକର ଜଳଖିଆ ଓ ମିଠା ମଧ୍ୟ ପ୍ରସ୍ତୁତ କରି ହେବ। କଦଳୀର ଭିତର ଅଂଶ ନରମ ଓ ମିଠା ହୋଇଥାଏ। ମାତ୍ର କଦଳୀ
ଚୋପାକୁ ସେବନ କରିବା ପୂର୍ବରୁ ଏହାକୁ ଭଲ ଭାବେ ଧୋଇବା ଆବଶ୍ୟକ।

. କଦଳୀ ଚୋପାରେ କ୍ୟାଲୋରୀ, କାର୍ବୋହାଇଡ୍ରେଟ, ଶର୍କରା, ଫାଇବର, ପୋଟାସିୟମ, ପ୍ରୋଟିନ, ଭିଟାମିନ ଏ, କ୍ୟାଲସିୟମ ଓ ଆଇରନ ସମେତ ଅନେକ ପୋଷକ ତତ୍ତ୍ୱ ରହିଛି। ଏହାର
ସେବନ କରିବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ମିଳିଥାଏ। ଏହା ଶରୀରକୁ ମଜଭୂତ କରିଥାଏ।

. କଦଳୀ ଚୋପାରେ ଥିବା ଏକ ପ୍ରକାର ପୋଷକ ତତ୍ତ୍ୱ ମାନସିକ ସୁସ୍ଥତା ବଜାୟ ରଖେ। ମାନସିକ ଦୁଶ୍ଚିତା ଦୂର କରିଥାଏ। ଶାନ୍ତି ଅନୁଭବ ହୋଇଥାଏ। ଚୋପାରେ ଥିବା ଭିଟାମିନ ବି୬ ଉତ୍ତମ
ନିଦରେ ମଧ୍ୟ ସହାୟକ ହୋଇଥାଏ। ଏହାକୁ ସେବନ କରିବା ଦ୍ୱାରା ମସ୍ତିଷ୍କ ମଧ୍ୟ ସୁସ୍ଥ ରହିଥାଏ।

. କଦଳୀ ଚୋପାରେ ଫାଇବର ପ୍ରଚୁର ମାତ୍ରାରେ ରହିଛି। ପେଟ ଖରାପ ସମୟରେ ଓ କୋଷ୍ଠକାଠିନ୍ୟ ସମସ୍ୟା ଥିଲେ କଦଳୀ ଚୋପା ଖାଇବା ଖୁବ୍‌‌ ଉପକାରୀ ହୋଇଥାଏ ।

. ଚକ୍ଷୁକୁ ସୁସ୍ଥ ରଖିବା ପାଇଁ କଦଳୀ ଚୋପାର ସେବନ କରିବା ଉଚିତ। ଏଥିରେ ଥିବା ଭିଟାମିନ ଏ ଆଖିର ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ। ଏହି ଭିଟାମିନ କଦଳୀ ଓ ଏହାର ଚୋପା ଉଭୟରେ ପ୍ରଚୁର ମାତ୍ରାରେ ରହିଛି।

. କଦଳୀ ଚୋପାରେ ଆଣ୍ଟି-ଅକ୍ସିଡାଣ୍ଟ ମଧ୍ୟ ରହିଛି। କଦଳୀ ଚୋପାର ସେବନ କରିବା ଦ୍ୱାରା ଆଣ୍ଟି-ଅକ୍ସିଡାଣ୍ଟ ସ୍ତର ବୃଦ୍ଧି ହୋଇଥାଏ। ଏହାସହ କର୍କଟ ରୋଗରୁ ମଧ୍ୟ ଶରୀରକୁ ରକ୍ଷା କରିଥାଏ।

Get real time updates directly on you device, subscribe now.