fbpx

(Video)ଆସାମରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଭୟଙ୍କର ପରିସ୍ଥିତି: ମହିଳାଙ୍କ ସମେତ ୩ ମୃତ, ଅନେକ ନିଖୋଜ

ନୂଆଦିଲ୍ଲୀ: ଆସାମରେ ପ୍ରବଳ ବର୍ଷା ଯୋଗୁଁ ଡିମାହାସା ଜିଲ୍ଲାର ଅନେକ ଅଞ୍ଚଳରେ ବନ୍ୟା ସହ ଭୂସ୍ଖଳନ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବାତ୍ୟା ‘ଆସାନି’ ପରଠାରୁ ଲଗାତାର ଆସାମରେ ବର୍ଷା ହେଉଛି, ଯାହା ଫଳରେ ଅନେକ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଲୋକମାନେ ବି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭୂସ୍ଖଳନ ଯୋଗୁଁ ୧୨ଟି ଗାଁର ୮୦ରୁ ଉଦ୍ଧ୍ୱର୍ ଘର ମାଟିରେ ମିଶିଗଲା ।

ଭୂସ୍ଖଳନ ମାମଲାରେ ଜଣେ ମହିଳା ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି । ବନ୍ୟାରେ ୬ଟି ଜିଲ୍ଲାର ୯୪ଟି ଗାଁ ଏବଂ ୨୪ ହଜାର ୬୮୧ ଲୋକ ପ୍ରଭାବିତ ହୋଇଛନ୍ତି ।

ଜଣେ ଅଧିକାରୀଙ୍କ କହିବା ମୁତାବକ, ‘ଗତ କିଛି ଦିନରେ ଲଗାତାର ବର୍ଷା ଓ ଭୂସ୍ଖଳନ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଅନେକ ଲୋକ ନିଖୋଜ ମଧ୍ୟ ଅଚନ୍ତି । ଅନ୍ୟପଟେ ରେଳମାର୍ଗ ବି ପ୍ରଭାବିତ ହୋଇଛି । ଭୂସ୍ଖଳନ ଯୋଗୁଁ ଅନେକ ଟ୍ରେନ୍ ବାତିଲ୍ ହୋଇଛି ।’

Get real time updates directly on you device, subscribe now.