ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ହେଉଛି ଲଗାଣ ବର୍ଷା । ଭୁବନେଶ୍ୱର ଓ କଟକ ସହରରେ ମଧ୍ୟ ବର୍ଷା ଜାରି ରହିଛି । ତୀବ୍ରରୁ ଅତି ତୀବ୍ର ବର୍ଷା ନେଇ ଚେତାବନୀ ଜାରି ହୋଇଛି । ସାମୟିକ ଭାବେ ତଳୁଆ ଅଞ୍ଚଳରେ ପାଣି ଜମିବାର ସମ୍ଭାବନା ରହିଛି । ବର୍ଷା ଜଳ ଜମିବା ସହ ଯାତାୟତରେ ସମସ୍ୟା ଉପୁଜିପାରେ ।
ଭୁବନେଶ୍ୱର ଏବଂ କଟକ ସହର ରେ ଆଜି ପାହାନ୍ତିଆ ରୁ ଳାଗିରିହିଥିବା ବର୍ଷା ପ୍ରଭାବରେ:
୧- ତଳୁଆ ଅଞ୍ଚଳରେ ସାମୟିକ ଭାବେ ବର୍ଷା ଜଳ ଜମିବା ସମ୍ଭାବନା
୨- ଅଣ୍ଡରପାସ ରୋଡ଼ ରେ ବର୍ଷା ଜଳ ଜମିବା ସହ ଯାତାୟାତ ରେ ସମସ୍ୟା ଉପୁଜିପାରେ
୩- ତୀବ୍ର ବର୍ଷା ସମୟରେ ଦୃଶ୍ୟମାନ ଦୂରତା କମୁଥିବାରୁ ନିଜକୁ ଯାତାୟାତ ରୁ ନିବୃତ ରଖନ୍ତୁ pic.twitter.com/AwKYqBPWQG— Meteorological Centre, Bhubaneswar (@mcbbsr) July 16, 2022
ତେବେ ଭୁବନେଶ୍ବର, କଟକ ସହରରେ ଆଜି ସକାଳୁ ପ୍ରବଳ ବର୍ଷା ଜାରି ରହିଛି । ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବର୍ଷାରେ ଦୃଶ୍ୟମାନ ଦୂରତା କମୁଥିବାରୁ ନିଜକୁ ଯାତାୟାତରୁ ନିବୃତ ରଖିବାକୁ ପରାମର୍ଶ ଦିଆଯାଇଛି । ପ୍ରବଳ ବର୍ଷା ନେଇ ୭ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଓ ଅନୁଗୁଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।