fbpx

ଇରାନ୍ ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ହେଲିକପ୍ଟର କ୍ରାସ୍‌, ଘଟଣାସ୍ଥଳରେ ରେସ୍କ୍ୟୁ ଟିମ୍‌

Advertisement

ନୂଆଦିଲ୍ଲୀ: ଇରାନ୍ ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର କ୍ରାସ୍ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳକୁ ରେସ୍କ୍ୟୁ ଟିମ୍ ପଠାଯାଇଛି । ଇରାନ ରାଷ୍ଟ୍ରପତି ଇବ୍ରାହିମ୍ ରଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଦୁର୍ଘଟଣାର ଶିକାର ହୋଇଛି । ରଇସୀଙ୍କ ସହ ଏହି ହେଲିକପ୍ଟରରେ ଦେଶର ଅର୍ଥମନ୍ତ୍ରୀ ବି ଥିଲେ । ଏହି ଦୁର୍ଘଟଣା ପୂର୍ବ ଆଜରବାଇଜାନରେ ଘଟିଛି । ତେବେ ହେଲିକପ୍ଟର କ୍ରାସ୍ ହେବାର କାରଣ ସାମ୍ନାକୁ ଆସିନାହିଁ । କୁଇଜ୍ କ୍ୱାଲାସୀ ଡ୍ୟାମ ଉଦଘାଟନ ଲାଗି ରଇସି ପୂର୍ବ ଆଜରବାଇଜାନ୍‌ରେ ଥିଲେ ।

Get real time updates directly on you device, subscribe now.