ଭୁବନେଶ୍ୱର: ଗଣଶିକ୍ଷା ବିଭାଗ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି । ସ୍କୁଲରେ ସୁରକ୍ଷିତ ବାତାବରଣରେ ରହିବେ ଛାତ୍ରଛାତ୍ରୀ ।
ଏ ନେଇ ବିଭାଗ ପକ୍ଷରୁ ଆଜି ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ମହିଳାଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପ ଲାଇନ୍ ନମ୍ବର- ୧୮୧ ଜାରି କରାଯାଇଥିବାବେଳେ ଶିଶୁଙ୍କ ପାଇଁ ୧୦୯୮ ହେଲ୍ପ ଲାଇନ ନମ୍ବର ଜାରି କରିଛି ବିଭାଗ ।
ସେହିପରି କୌଣସି ଅସୁବିଧା ହେଲେ ୧୧୨କୁ କଲ କରି ପୋଲିସକୁ କରିପାରିବେ ଯୋଗାଯୋଗ । ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ୧୮୦୦୩୪୫୬୭୨୨ ନମ୍ବର ଜାରି କରାଯାଇଛି ।
ସ୍କୁଲରେ ଗଠନ ହେବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି । ବର୍ଣ୍ଣାଳୀ କାର୍ଯ୍ୟକ୍ରମରେ ପିଲଶଙ୍କୁ କରାଯିବ ସଚେତନ ।