ବାତ୍ୟା ପାଇଁ ଜାରି ହେଲା ହେଲ୍ପଲାଇନ୍ ନମ୍ବର, ଦଳମତ ନିର୍ବିଶେଷରେ ଆଗେଇ ଆସିବାକୁ କହିଲେ ମନମୋହନ ସାମଲ

ଭୁବନେଶ୍ୱର: ଓଡ଼ିଶା ମୁହାଁ ବାତ୍ୟା ‘ଦାନା’ । ଭୟରେ ରାଜ୍ୟବାସୀ । ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଅନ୍ୟାନ୍ୟ ସ୍ଥାନରେ ସଜାଗ ରହିଛନ୍ତି ଜିଲ୍ଲା ପ୍ରଶାସନ । ବାତ୍ୟା ସମୟରେ ସମୁଦ୍ର ଅଶାନ୍ତ ରହିବ ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଏଥିମଧ୍ୟରେ ବିଜେପି ପକ୍ଷରୁ ବାତ୍ୟା ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି କି ବାତ୍ୟା ପାଇଁ ବିଜେପିର ସବୁ କାର୍ଯ୍ୟ ସ୍ଥଗିତ ରହିବ । ସମସ୍ତ ବିଧାୟକ, ମନ୍ତ୍ରୀ ଓ କାର୍ଯ୍ୟକର୍ତ୍ତା ଲୋକଙ୍କ ସେବାରେ ରହିବେ । ବାତ୍ୟାର ମୁକାବିଲା ପାଇଁ ଦଳମତ ନିର୍ବିଶେଷରେ ଆଗେଇ ଆସିବାକୁ ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି । ଦଳ ପକ୍ଷରୁ ବାତ୍ୟା ହେଲ୍ପଲାଇନ୍ ନମ୍ବର ୦୬୭୪-୨୩୯୩୯୮୪ ଜାରି କରାଯାଇଛି ।