fbpx

ଅଜଣା ଗାଡି ଧକ୍କାରେ ହେଟା ବାଘ ଗୁରୁତର, ଉଦ୍ଧାର କଲା ବନ ବିଭାଗ

କୋକସରା (ଭାସ୍କର ନ୍ୟୁଜ୍‌): କୋକସରା ବ୍ଲକ କାଉଡୋଲା ୨୬ ନମ୍ବର ଜାତୀୟ ରାଜପଥ ଡୁମେର ବନ୍ଦ ନିକଟରେ ଏକ ହେଟା ବାଘ ଗୁରୁତର ହୋଇ ରାସ୍ତା କଡରେ ପଡ଼ିରହିଥିବା ଦେଖିବାକୁ ମିଳିଛି । ତେବେ ଗତ ବିଳମ୍ବିତ ରାତିରେ ହେଟା ବାଘ ରାସ୍ତା ପାର କରିବା ସମୟରେ କୌଣସି ଅଜଣା ଗାଡି ସହ ଧକ୍କା ହୋଇଥିଲା । ଫଳରେ ହେଟାବାଘ ଗୁରୁତର ହୋଇ ରାସ୍ତା କଡରେ ପଡ଼ିରହିଥିଲା । ସ୍ଥାନୀୟ ଲୋକେ ଦେଖି ବନବିଭାଗ କର୍ମଚାର ଙ୍କୁ ଖବର ଦେଇଥିଲେ । ପରେ ବନ ବିଭାଗ ପହଂଚି ଗୁରୁତର ହେଟା ବାଘକୁ ଉଦ୍ଧାର କରିଥିବା ଜଣପଡିଛି।

Get real time updates directly on you device, subscribe now.