fbpx

ତାଲା ବନ୍ଦ ସମୟରେ ଗାଡି ଜବତ କରି ପାରିବନି ପୋଲିସ

Advertisement

କଟକ,୯/୪(ଓଡିଶା ଭାସ୍କର): କରୋନା ପାଇଁ ଲକ୍ ଡାଉନ ସମୟରେ ସିଜ୍ ହୋଇଥିବା ଗାଡିକୁ ଅଣ୍ଡରଟେକିଂ ଲେଖି ଫେରାଇବାକୁ କହିଛନ୍ତି ହାଇକୋର୍ଟ । ଲୋକଙ୍କ ଠାରୁ ଅଣ୍ଡରଟେକିଂ ନେଇ ଗାଡି ଫେରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଏହାଛଡା ସରକାର ଅତ୍ୟାବଶ୍ୟକ ସାମଗ୍ରୀକୁ ଘର ପାଖରେ ପହଂଚାଇବାକୁ ତୁରନ୍ତ ବ୍ୟବସ୍ଥା କରନ୍ତୁ ବୋଲି ମଧ୍ୟ ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ପାଦଚଲା ଦୂରତ୍ୱ ମଧ୍ୟରେ ଲୋକେ ଅତ୍ୟାବଶ୍ୟକ ଜିନିଷ ପାଉନାହାନ୍ତି । ସେଥିପାଇଁ ଯେ ପର୍ଯ୍ୟନ୍ତ ଘର ପାଖରେ ଜିନିଷ ନମିଳିଛି ସେ ପର୍ଯ୍ୟନ୍ତ ସେମାନଙ୍କୁ ହଇରାଣ କରାନଯାଉ ବୋଲି ସେ କହିଛନ୍ତି । ଲୋକଙ୍କ ସୁବିଧା ପାଇଁ ସରକାର ସ୍ୱତନ୍ତ୍ର ଗାଇଡଲାଇନ ସହ ଜିନିଷ ଉପଲବ୍ଧ ବ୍ୟବସ୍ଥା କରନ୍ତୁ ବୋଲି କୋର୍ଟ କହିଛନ୍ତି । ସେ ଯାଏଁ ଜବତ ହୋଇଥିବା ଗାଡି ଗୁଡିକୁ ଅଣ୍ଡରଟେକିଂ ଲେଖି ଛଡାଯାଉ ବୋଲି କୋର୍ଟ କହିଛନ୍ତି ।

Get real time updates directly on you device, subscribe now.