fbpx

ପୁଣି ରିମାଣ୍ଡରେ ଯିବ କିଡନୀ ଠକ

ଭୁବନେଶ୍ୱର,୨୧ ।୧(ଓଡିଶା ଭାସ୍କର): କିଡନୀ କେଳେଙ୍କାରୀ ଘଟଣାରେ ପୁଣି ୩ ଦିନିଆ ରିମାଣ୍ଡରେ ଯିବ ଅଭିଯୁକ୍ତ ହିମାଂଶୁ ଭୂଷଣ । ଅଭିଯୁକ୍ତ ହିମାଂଶୁ ନନ୍ଦଙ୍କୁ ଆଉ ୩ ଦିନିଆ ରିମାଣ୍ଡରେ ନେବାକୁ ମିଳିଛି ଅନୁମତି । ଲକ୍ଷ୍ମୀସାଗର ଥାନା ପୋଲିସକୁ ଅନୁମତି ଦେଇଛନ୍ତି ଏସଡିଜେଏମ କୋର୍ଟ । ଡାକ୍ତରଙ୍କ ଲିଙ୍କ ଥିବା ନେଇ ଖୋଲିପାରେ ଗୁମର । ଏନେଇ କିଛି ଘରୋଇ ମେଡିକାଲକୁ କମିସନରେଟ ପୋଲିସ ନୋଟିସ କରିଛି ।

ତେବେ କିଡନୀ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ହିମାଂଶୁ ଭୂଷଣ ନନ୍ଦ ନାଁରେ ଅଭିଯୋଗ ହୋଇଛି । କିଡନୀ ଦେବାକୁ କହି ୧୮ ଲକ୍ଷ ୫୩ ହଜାର ଠଙ୍କା ଠକେଇ ଅଭିଯୋଗ ହୋଇଥିଲା । ଅକ୍ଟୋବର ୨୦୧୯ରୁ ଟଙ୍କା ନେଇଥିଲା ଅଭିଯୁକ୍ତ । ଜାନୁଆରୀ ୨୦୨୦ ସୁଦ୍ଧା କିଡନୀ ପ୍ରତିରୋପଣ କରିବ କହି ଠକିଥିଲା । ଏନେଇ ହିମାଂଶୁ ଭୂଷଣ ନନ୍ଦ ନାଁରେ ନୟାପଲ୍ଲୀ ଓ ଲକ୍ଷ୍ମୀସାଗର ଥାନାରେ ୨ଟି ଅଭିଯୋଗ ହୋଇଥିଲା । ନୟାପଲ୍ଲୀରେ ୫.୫୦ ଲକ୍ଷ ଟଙ୍କାର ଠକେଇ ଓ ଲକ୍ଷ୍ମୀସାଗରରେ ୩.୧୯ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା । ପରେ ସହିଦ ନଗର ଥାନାରେ ଠକେଇର ଶିକାର ହୋଇଥିବା ଆଉ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ । କେନ୍ଦ୍ରାପଡା ମାର୍ଶାଘାଇର ଆଲୋକ ରଞ୍ଜନ ଚଇନିଙ୍କ ପକ୍ଷରୁ ମାମଲା ହୋଇଛି । କିଡନୀ ପାଇଁ ହିମାଂଶୁ ସାଢେ ୮ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ କରିଥିଲେ କେନ୍ଦ୍ରାପଡା ମାର୍ଶାଘାଇର ଆଲୋକ ରଞ୍ଜନ ଚଇନି ।

Get real time updates directly on you device, subscribe now.