fbpx

(Video) ଦୁଃଖରେ ହସିବା ଶିଖିଲେ ହିନା ଖାନ, ବ୍ରେଷ୍ଟ କ୍ୟାନ୍ସରରେ ଚୁଟିକାଟି ଭିଡିଓ ସେୟାର କଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ସିରିୟଲ ଅଭିନେତ୍ରୀ ହିନା ଖାନ ବର୍ତ୍ତମାନ ବ୍ରେଷ୍ଟ କ୍ୟାନ୍ସର ଭଳି ଭୟଙ୍କର ରୋଗ ସହ ଲଢୁଛନ୍ତି । ଅଭିନେତ୍ରୀ କିଛି ସମୟ ପୂର୍ବରୁ ଖୁଲାସା କରିଥିଲେ ଯେ, ସେ କ୍ୟାନ୍ସରର ତୃତୀୟ ଷ୍ଟେଜରେ ଅଛନ୍ତି । କିନ୍ତୁ ଏହାରି ମଧ୍ୟରେ ଅଭିନେତ୍ରୀ ହାରିଯାଇନାହାନ୍ତି ।

କେମୋଥେରାପି ପୂର୍ବରୁ ହିନା ନିଜ ମୁଣ୍ଡରୁ ଚୁଟି କାଟି ଦେଇଛନ୍ତି । ହିନା ଖାନଙ୍କ ପ୍ରଥମ କେମୋ ସେସନ ସରିଛି ଏବଂ ସେ ପୁରାପୁରି ଭାବେ ଚୁଟି କାଟିସାରିବା ପରେ ହୀନା ଖାନ ଅତ୍ମବିଶ୍ୱାସ ସହ ନିଜର ଭିଡିଓ ଫ୍ୟାନ୍ସଙ୍କ ସହ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ବର୍ତ୍ତମାନ ଅଭିନେତ୍ରୀ ହସିକି ଖେଳି ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ହିନା ନିଜ ଛୋଟ ଚୁଟିକୁ ପ୍ଲାଣ୍ଟ କରିଥିବା ନଜର ଆସିଛନ୍ତି ।

ଭିଡିଓରେ ହିନା ଖାନ ନିଜ ଲମ୍ବ କେଶରୁ ନେଇ ଛୋଟ କେଶକୁ ପ୍ଲାଣ୍ଟ କରିବା ନଜର ଆସିଛନ୍ତି । ଏହି ଭିଡିଓରେ ଅଭିନେତ୍ରୀଙ୍କ ମୁହଁରେ ହସ ପଛରେ ଦୁଃଖ ଦେଖିବାକୁ ମିଳିଛି । ଭିଡିଓରେ କ୍ୟାପସନ ଦେଇ ହୀନା ଲେଖିଛନ୍ତି, ହାଲକେ ଫୁଲକେ ଅନ୍ଦାଜ ମୈ, ୟେ ବଦଲାବ ମେରୀ ସ୍ଥିତି କେ ଲିଏ ସବସେ ବଢିଆ । ଏହାପରେ ଭିଡିଓରେ ଟ୍ରେଣ୍ଡିଙ୍ଗ ଗୀତ ଚାଲୁଛି ।

Get real time updates directly on you device, subscribe now.