fbpx

ସରକାରର ସବୁ ପ୍ରୋତ୍ସାହନ ବିଫଳ, ୧୦ ଦିନ ପରେ ପୁଣି ଆଣ୍ଠେଇଲା ଚୀନ ବଜାର

ନୂଆଦିଲ୍ଲୀ: ୧୦ ଦିନ ଧରି ଚୀନର ସେୟାର ମାର୍କେଟ ଦ୍ରୁତ ଅଭିବୃଦ୍ଧି କରିବା ପରେ ବୁଧବାର ନିମ୍ନମୁଖୀ ହୋଇଛି । ସାଙ୍ଘାଇ କମ୍ପୋଜିଟ ଇଣ୍ଡେକ୍ସ ୫ପ୍ରତିଶତ ହ୍ରାସ ପାଇଛି, ଯେତେବେଳେ କି ସିଏସଆଇ ୩୦୦ ଇଣ୍ଡେକ୍ସରେ ୫.୮ ପ୍ରତିଶତ ହ୍ରାସ କରିଛି । ଚୀନ ସେୟାର ମାର୍କେଟର ଏପରି ସ୍ଥିତି ସେଠା ସରକାରର ମିଛ ହାୱା ପାଇଁ ହୋଇଥିବା କୁହାଯାଉଛି । ଦେଶର ଅର୍ଥନୀତିରେ ଅଭିବୃଦ୍ଧି କରିବାକୁ ବଡ ପ୍ରୋତ୍ସାହନା ପ୍ୟାକେଜ ଘୋଷଣା କରିଥିଲା । ଯାହାକୁ ଦେଖି ଭାରତରେ ଇନଭେଷ୍ଟ କରିଥିବା ବିଦେଶୀ ନିବେଶକ ଏଠି ସେମାନଙ୍କ ସେୟାର ବିକି ଚୀନ ଚାଲିଯାଇଥିଲେ ।

ମାର୍କେଟକୁ ଅନୁଧ୍ୟାନ କରିଥିବା ବିଶେଷଜ୍ଞ କିନ୍ତୁ ଅନୁମାନ କରୁଥିଲେ କି, ଚୀନ ମାର୍କେଟ ଏହି ଅଭିବୃଦ୍ଧି କ୍ଷିଣସ୍ଥାୟୀ । ବୁଧବାର ତାହା ହିଁ ପ୍ରମାଣିତ ହୋଇଛି । ଏକ ସପ୍ତାହର ଛୁଟି ପରେ ମଙ୍ଗଳବାର ଚୀନ ବଜାର ଖୋଲିଲା ବେଳକୁ ମାର୍କେଟରେ ବଡ ଅଭିବୃଦ୍ଧି ଦେଖାଦେଇଥିଲା । ହେଲେ ହଂକଂ ସେୟାର ବଜାର ନିମ୍ନମୁଖୀ ହୋଇଥିଲା । ସେପ୍ଟେମ୍ବର ଶେଷରେ ଚୀନ ସେୟାର ବଜାରରେ ଦ୍ରୁତ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା । କାରଣ ଦସେଠା ସରକାର ଆର୍ଥି ଓ ବଜାର ସମର୍ଥନ ଉପାୟର ବର୍ଷା କରାଇଥିଲା ନିବେଶକଙ୍କୁ ଆକୃଷ୍ଟ କରିବାକୁ । ଫଳରେ ୩୫ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ଚାଇନା ବଜାରରେ ଦେଖିବାକୁ ମିଳିଥିଲା । କିନ୍ତୁ ଧୀରେ ଧୀରେ ସ୍ଥିତି ଯଥା ପୂର୍ବଂ ତଥା ପରଂ ହୋଇଗଲା ।

ସେପଟେ ଭାରତୀୟ ସେୟାର ବଜାରରେ ଲଗାତର ଦ୍ୱିତୀୟ ଦିନ ବିଜନେସ ଭଲ ଚାଲିଛି । ଗତ ସପ୍ତାହରେ ପାଞ୍ଚ ଦିନ ହ୍ରାସ ହୋଇଥିଲା ବ୍ୟାପାରରେ । ସୋମବାର ମଧ୍ୟ ବଜାର ସ୍ଥିତି ଭଲ ନ ଥିଲା । ହେଲେ ମଙ୍ଗଳବାର ପରଠୁ ବଦଳିଛି ବଜାରର ଚିତ୍ର । ବୁଧବାର ହେଉ ହେଉ ପୁଣି ପୂର୍ବ ସ୍ଥିତିକୁ ଚାଲିଆସିଛି କାରବାର । ବୁଧବାର ସକାଲ ୧୦ଟାରେ ବିଏସଇ ସେନ୍ସେକ୍ସ ୪୧୮.୮୯ ଅଙ୍କ ବା ୦.୫୧ ପ୍ରତିଶତ ଅଭିବୃଦ୍ଧି ସହ ୮୨,୦୫୩,୭୬୦ ଅଙ୍କରେ କାରବାର କରିଛି । ନିଫ୍ଟି ୫୦ ଇଣ୍ଡେକ୍ସ ବି ୧୬୦.୨୦ ଅଙ୍କ ବା ୦.୬୪ ପ୍ରତିଶତ ଅଭିବୃଦ୍ଧି ସହ ୨୫,୧୭୩.୩୫ ଅଙ୍କରେ ଟ୍ରେଡ କରିଛି ।

Get real time updates directly on you device, subscribe now.