Breaking: କଲେକ୍ଟର, ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟଙ୍କ ଛୁଟି ବାତିଲ, ସରକାରୀ ସ୍ଥରରେ ନିର୍ଦ୍ଦେଶ ଜାରି

ଭୁବନେଶ୍ୱର: ରାଜ୍ୟରେ ସମସ୍ତ କଲେକ୍ଟର ଓ ଆରଡିସିଙ୍କ ଛୁଟି ବାତିଲ ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି । ଛୁଟି ବାତିଲ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ।

ସମସ୍ତ ଜିଲ୍ଲାପାଙ୍କୁ ଅତିରିଙ୍କ ସଚିବଙ୍କ ଚିଠି । ଛୁଟିରେ ଥିବା ଅଧିକାରୀ ତୁରନ୍ତ ଚାକିରିରେ ଯୋଗ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

ଆରଡିସି. କଲେକ୍ଟର ଏବଂ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ କାର୍ଯ୍ୟରେ ତୁରନ୍ତ ଯୋଗ ଦେବା ଲାଗି ନିର୍ଦ୍ଦେଶ ଜାରି କରାଯାଇଛି । ମୁଖ୍ୟାଳୟ ଛାଡ଼ି ନ ଯିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।

ପାକିସ୍ତାନ-ଭାରତ ଯୁଦ୍ଧକୁ ନଜରରେ ରଖି ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଦିଲ୍ଲୀ, ହରିୟାଣା, ଗୁଜୁରାଟ , ରାଜସ୍ଥାନ ଆଦି ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଦିଆଯାଇଛି ।