ଭାରତରେ ଚୀନର HMPV ଭୂତାଣୁ: ଗୋଟିଏ ଦିନରେ ୩ ମାମଲା, ଆଗକୁ କ’ଣ ହେବ ପରିସ୍ଥିତି?

ଯାହାକୁ ଡର ଥିଲା ସେୟାହିଁ ହେଲା। ଦେଶରେ ଚୀନର HMPV ଭୂତାଣୁର ୩ ଟି ମାମଲା। ଜାଣନ୍ତୁ କ'ଣ ରହିଛି ଏହାର ଲକ୍ଷଣ...?

ନୂଆଦିଲ୍ଲୀ: ବିଶ୍ୱରେ ଆତଙ୍କ ଖେଳାଇଥିବା କୋଭିଡ୍-୧୯ ମହାମାରୀ ପରେ ଚୀନରେ ଏଚ୍ଏମ୍ପିଭି ନାମକ ଏକ ଭୂତାଣୁ ଚିହ୍ନଟ ହୋଇଛି। ଏବେ ଭାରତରେ ୩ଟି ମାମଲା ସାମ୍ନାକୁ ଆସିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) କର୍ଣ୍ଣାଟକରେ ଦୁଇ ଜଣ ପିଲାଙ୍କ ଠାରେ ଏଚ୍ଏମ୍ପିଭି ସଂକ୍ରମଣ ଚିହ୍ନଟ କରିଛି।

ଶିକାର ହେଇଛନ୍ତି ଛୋଟ ଛୁଆ: ଜଣେ ୩ ମାସର ନାବାଳିକା ଓ ୮ ମାସର ଶିଶୁରେ ଏହି ସଂକ୍ରମଣ ଦେଖିବାକୁ ମିଳିଛି। ସରକାର ଏହି କଥାକୁ ନିଶ୍ଚିତ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି।

ଯେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) କର୍ଣ୍ଣାଟକରେ ହ୍ୟୁମାନ ମେଟାପ୍ୟୁମୋଭାଇରସ୍ (ଏଚ୍ଏମ୍ପିଭି)ର ଦୁଇଟି ମାମଲା ଚିହ୍ନଟ କରିଛି।

ଉଭୟଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ଚିହ୍ନଟ କରାଯାଇଥିଲା ଏବଂ ନିୟମିତ ପରୀକ୍ଷା କରାଯିବା ପରେ ଚିହ୍ନଟ କରାଯାଇଥିଲା। ସାରା ଦେଶରେ ଶ୍ୱାସରୋଗ ଉପରେ ନଜର ରଖିବା ପାଇଁ ଆଇସିଏମଆରର ଅନେକ କାର୍ଯ୍ୟକ୍ରମ ଚାଲିଛି ।

ଏଚଏମପିଭି ଭୂତାଣୁ କ’ଣ?: ଚାଇନାର ନୂଆ ଭୂତାଣୁ ମାନବ ମେଟାପ୍ୟୁମୋଭାଇରସ୍, ଯାହାକୁ ଏଚଏମପିଭି ମଧ୍ୟ କୁହାଯାଏ, ଏକ ସାଧାରଣ ଶ୍ୱାସକ୍ରିୟା ଭୂତାଣୁ ଯାହା ସବୁ ବୟସର ଲୋକଙ୍କୁ ବ୍ୟାପିପାରେ।

ବୟସ୍କ-ଛୋଟ ପିଲା ହୁସିଆର: ବୟସ୍କ ଓ ଛୋଟ ପିଲାଙ୍କ ଉପରେ ଏହି ଭୂତାଣୁର ଅଧିକ ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ଯଦି ଆପଣ ଭୂତାଣୁ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତି ତେବେ ଆପଣ ମଧ୍ୟ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇପାରନ୍ତି।

ନାକରୁ ପାଣି ବାହାରିବା, ଗଳା ଯନ୍ତ୍ରଣା, ମୁଣ୍ଡ ବିନ୍ଧା, ଥକାପଣ, କାଶ, ଜ୍ୱର ବା ଥଣ୍ଡା ଆଦି ଏହାର ସାଧାରଣ ଲକ୍ଷଣ।