Hockey Asia Cup 2025: ଦକ୍ଷିଣ କୋରିଆକୁ ୪-୧ ଗୋଲରେ ହରାଇଲା ଭାରତ, ୨୦୧୩ ପରାଜୟର ବଦଲା ନେଲା ଇଣ୍ଡିଆ ଟିମ୍

ନୂଆଦିଲ୍ଲୀ: ଦକ୍ଷିଣ କୋରିଆକୁ ୪-୧ ଗୋଲରେ ପରାସ୍ତ କରି ଭାରତ ହକି ଏସିଆ କପ୍ ଟାଇଟଲ ଜିତିଛି। ଏହା ଚତୁର୍ଥ ଥର ପାଇଁ ଭାରତ ଏସିଆ କପ୍ ଟ୍ରଫି ଜିତିଛି। ଟିମ୍ ଇଣ୍ଡିଆ ପାଇଁ ସୁଖଜିତ ସିଂହ, ଅମିତ ରୋହିଦାସ ଗୋଟିଏ ଲେଖାଏଁ ଏବଂ ଦିଲପ୍ରୀତ ସିଂହ ଦୁଇଟି ଗୋଲ ଦେଇଥିଲେ।

ଏହା ସହିତ, ଭାରତ ୨୦୧୩ ଫାଇନାଲରେ ପରାଜୟର ପ୍ରତିଶୋଧ ନେଇଛି, ଯେତେବେଳେ ଦକ୍ଷିଣ କୋରିଆ ଭାରତକୁ ୪-୩ ଗୋଲରେ ପରାସ୍ତ କରି ଟ୍ରଫି ଜିତିଥିଲା।

ମ୍ୟାଚର ପ୍ରାରମ୍ଭିକ ମୁହୂର୍ତ୍ତରେ ସୁଖଜିତ ସିଂହ ଏକ ଗୋଲ ସ୍କୋର କରି ଟିମ୍ ଇଣ୍ଡିଆକୁ ଆଗୁଆ ରଖିଥିଲେ।