fbpx

ହକି ବିଶ୍ୱ କପ୍ ୨୦୨୩: ଟିକେଟ୍ ପାଇଁ ଲାଗିଛି ଦର୍ଶକଙ୍କ ଲମ୍ବା ଲାଇନ୍

ଭୁବନେଶ୍ୱର: ଆସନ୍ତି ୨୦୨୩ ମସିହାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ଓଡିଶାରେ ଅନୁଷ୍ଟିତ ହେବ । ଯାହାକୁ ନେଇ ଚଳଚଞ୍ଚଳ ହୋଇଛି ଓଡିଶାର ରାଜଧାନୀ ଭୁବନେଶ୍ୱର ଏବଂ ଷ୍ଟିଲ ସିଟି ରାଉଲକେଲା । କାରଣ ଏହି ଦିଇଟି ସହରରେ ହିଁ ହକି ବିଶ୍ୱକପର ସମସ୍ତ ମ୍ୟାଚ ଅନୁଷ୍ଟିତ ହେବ । ତେବେ ଓଡିଶାରେ ଅନୁଷ୍ଟିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ମ୍ୟାଚ ଦେଖିବା ପାଇଁ ଦେଶ ବିଦେଶରୁ ଅନେକ ଖେଳପ୍ରେମୀ ଏବଂ ଅତିଥିଙ୍କ ସୁଅ ଛୁଟିବ । ତେବେ ଏହି ବିଶ୍ୱକପ୍ ପାଇଁ ଆଜିଠାରୁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ଫଳରେ କଟକ ଏବଂ ରାଉକେଲାରେ ଟିକେଟ୍ ନେବା ପାଇଁ ଲମ୍ବା ଲାଇନ୍ ଦର୍ଶକ ଅପେକ୍ଷା କରିଛନ୍ତି । ଏତତ୍ ବ୍ୟତୀତ ଭୁବନେଶ୍ୱରରେ ଟିକେଟ୍ ବିକ୍ରିକୁ ନେଇ ସବିଶେଷ ତଥ୍ୟ ନ ମିଳିଥିବାରୁ ଦର୍ଶକ ଅସନ୍ତୁଷ୍ଟ ହୋଇଥିବା ଜଣାପଡିଛି । ତେବେ ଭାରତ ଖେଳିବାକୁ ଥିବା ମ୍ୟାଚ୍ ପାଇଁ ଟିକେଟ୍ ମିଳିବ କି ନାହିଁ ତାକୁ ନେଇ ସନ୍ଦେହରେ ଅଛନ୍ତି ଦର୍ଶକ ।

ଅପରପକ୍ଷେ ଆସନ୍ତା ଜାନୁଆରୀ ମାସ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱର ଓ ରାଉରକେଲାରେ ବିଶ୍ୱକପର ସମସ୍ତ ମ୍ୟାଚ ଖେଳାଯିବ । ଫଳରେ ସହରଗୁଡିକର ଆକର୍ଷଣ, ସୁନ୍ଦରତା ତଥା ପିରଷ୍କାର ପରିଚ୍ଛନତାରେ ଯେପରି କୈଣସି ତ୍ରୁଟି ନରୁହେ ,ସେଥିପ୍ରତୀ ପ୍ରଶାସନ ପକ୍ଷରୁ ଯଥାସମ୍ଭବ ପ୍ରୟାସ କରାଯାଉଛି ।

ତେବେ ଚଳିତ ବିଶ୍ୱକପରେ ମୋଟ ୧୬ଟି ଟିମ୍ ଅଂଶଗ୍ରହଣ କରିବାକୁ ଥିବାବେଳେ ମୋଟ ୪୪ଟି ମ୍ୟାଚ ଖେଳାଯିବ । କଳିଙ୍ଗ ଷ୍ଟାଡିୟମରେ ୧୫ ହଜାର ଦର୍ଶକ ବସିବାର କ୍ଷମତା ରହିଥିବା ବେଳେ ସେଠାରେ ୨୪ଟି ମ୍ୟାଚ ଖେଳାଯିବ । ଅନ୍ୟପକ୍ଷରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସିବାର କ୍ଷମତା ରହିଥିବା ବେଳେ ସେଠାରେ ୨୦ଟି ମ୍ୟାଚ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.