fbpx

ରାଶିଫଳ (ମଙ୍ଗଳବାର,୦୨ ଫେବୃଆରୀ ୨୦୨୧)

ମେଷ : ଆଜି କୌଣସି ଜନହିତକର ଅନୁଷ୍ଠାନରେ ସମୟ ଅତିବାହିତ କରିବା ସହ ଦୂର ସମ୍ପର୍କୀୟଙ୍କ ସହଯୋଗ ପାଇ ଅତ୍ୟନ୍ତ ଆନନ୍ଦରେ କାଳାତିପାତ କରିବେ । ନୂତନ ଯୋଜନାରେ ସଫଳ ହେବେ । କୌଣସି ପ୍ରକାର ଠିକାଦାରି କରି ଲାଭ ପାଇବେ ।

ବୃଷ : ଆର୍ଥିକ ସ୍ଥିତିରେ ଅବନତି ଘଟିବ । ଫଳରେ ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ । ଋଣ କରିବାର ଦୁର୍ଯୋଗ ରହିବ । ସାଂସାରିକ ଜୀବନରେ ଆନନ୍ଦିତ ରହିବେ । ଯାନବାହନ, କ୍ୟାରୟର ଗଢିବା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସମସ୍ୟା ଦେଖାଦେବ ।

ମିଥୁନ : ସମସ୍ତ ଦିଗରୁ ଲୋକପ୍ରିୟତା ମିଳିବ । ପ୍ରେମ ଓ ସାଂସାରିକ ଜୀବନରେ ଆନନ୍ଦ ଲାଗିରହିବ । ନୂତନ ବାହାନ କିଣିବା ସମ୍ଭାବନା ରହିବ । କର୍ମକ୍ଷେତ୍ରରେ ଆନନ୍ଦ ଦେବ । ଆର୍ଥିକ ଦିଗଟି ସ୍ୱଚ୍ଛଳ ରହିବ ।

କର୍କଟ : ଦିନଟି ଆନନ୍ଦ ଉଲ୍ଲାସରେ ଅତିବାହିତ ହେବ । ପରିବାରରେ ଆଗତ କୌଣସି ପ୍ରିୟଜନଙ୍କୁ ପାଇ ପରିବେଶ ଖୁସି ରହିବ । ବ୍ୟବସାୟରେ ଲାଭବାନ ହେବା ଫଳରେ ମନୋବଳକୁ ଦିନଭରି ସକ୍ରିୟ ରଖିବାରେ ସହଯୋଗ କରିବ ।

ସିଂହ : କୌଣସି ସମ୍ପର୍କୀୟଙ୍କ ସହଯୋଗରେ ଆର୍ଥୀକ ଉନ୍ନତି, କର୍ମ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ମଧ୍ୟରେ ଅତିବାହିତ କରିବେ । ଧାର୍ମୀକ ଅନୁଷ୍ଠାନରେ ସମୟ ଅତିବାହିତ କରିବାରି ସୁଯୋଗ ମିଳିବ । କୌଣସି ସାମାଜସେବା କରିବାର ଅବସର ପାଇବେ ।

କନ୍ୟା : ବିଭିନ୍ନ କ୍ଷେତ୍ରରୁ ଶୁଭଫଳ ପାଇବେ, ପରିବାରର ସମ୍ପୂଣ୍ଣ ସହଯୋଗ ମିଳିବ । ସମାଜସେବାରେ କିଛି ସମୟ ଅତିବାହିତ କରିବେ । ଫଳରେ ମନକୁ ଆତ୍ମତୃପ୍ତି ମିଳିବ, ରାଜନୈତିକ କ୍ଷେତ୍ରରେ ଉଚ୍ଚସ୍ତରୀୟ ଲୋକଙ୍କ ସହ ସୁ-ସମ୍ପର୍କ ବଢିବ ।

ତୁଳା : ସମସ୍ୟା ସୁଧାରିବାର କ୍ଷମତା ବୃଦ୍ଧି ହେବ ଓ କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବାର ଶୁଭ ଅବସର ପାଇବେ । ଅଧସ୍ତନ କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ କରିବେ । ସମାଜରେ ମାନ ସମ୍ମାନ ପ୍ରାପ୍ତି ହେବ ।

ବିଛା : ଦିନଟି ଆନନ୍ଦ ଉଲ୍ଲାସରେ ଅତିବାହିତ ହେବା ସହିତ ପରିବାରରେ ଆଗତ କୌଣସି ପ୍ରିୟଜନଙ୍କୁ ପାଖରେ ପାଇ ଅତ୍ୟନ୍ତ ଖୁସି ପରିବେଷ ରହିବ, ବ୍ୟବସାୟରେ ଲାଭ ହେବ ଯାହା ମନୋବଳକୁ ଦିନଭରି ସକ୍ରିୟ ରଖିବାରେ ସହଯୋଗ କରିବ ।

ଧନୁ : ସମସ୍ୟା ଏବଂ କ୍ୟାରଅର ଗଢିବା ଓ ସୁଧାରିବା କ୍ଷମତା ବୃଦ୍ଧି ହେବ । ନିଜ ସମାଜ ପାଇଁ କୌଣସି ଭଲକାମ କରିବାର ଅବସର ପାଇବେ । କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ ସହ ଲାଭ ମିଳିବାର ସମ୍ଭାବନା ଅଧିକ । ପାରିବାରିକ ଜୀବନ ସୁଖରେ କଟିବ । କୌଣସି ଶୁଭ କାର୍ଯ୍ୟ ସମ୍ପନ୍ନ ହେବ ।

ମକର : ପରିସ୍ଥିତି ଆପଣଙ୍କ ବିପକ୍ଷରେ ଯିବ । କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନ ହେଲେ କିଛି କିଛି କ୍ଷତି ସହିବାକୁ ପଡିପାରେ । ବହୁଦିନରୁ ଲାଗିରହିଥିବା ମାଲିମକଦ୍ଦମା ସମାଧାନ ହେବାର ସମ୍ଭାବନା ସୃଷ୍ଟି ହେବ ।

କୁମ୍ଭ : ଆଜି କୌଣସି ପ୍ରକାର ସହଯୋଗର ଆଶା ଆଶାରେ ହିଁ ରହିଯିବ । କୌଣସି ଧାର୍ମୀକ ଅନୁଷ୍ଠାନରେ ସମୟ ଅତିବାହିତ କରିବାର ଶୁଭ ଅବସର ମିଳିବ । କୌଣସି ପ୍ରକାରେ ସାମାଜର ହିତସାଧନରେ ସଫଳ ହେବେ ।

ମୀନ : କର୍ମକ୍ଷେତ୍ରରେ ସମସ୍ତ ପ୍ରକାର ସହଯୋଗ ମନକୁ ଆନନ୍ଦ ଦେବ । ଆର୍ଥିକ ଦିଗଟି ସ୍ୱଚ୍ଛଳ ରହିବ, ନୁତନ ଦ୍ରବ୍ୟ କ୍ରୟ କରିବେ, କର୍ମ କ୍ଷେତ୍ରରେ ଉନ୍ନତି ଘଟିବ, ସାଂସାରିକ ଓ ପ୍ରେମ ସମ୍ବନ୍ଧୀୟ ଜୀବନ ଆନନ୍ଦରେ କଟିବ । ଭାଗ୍ୟ ସାଥ୍ ଦେବା ଫଳରେ ସମସ୍ତ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ ।

Get real time updates directly on you device, subscribe now.