ଓଡ଼ିଶା ଭାସ୍କର: ପ୍ରେମର ଅନୁଭବ ବହୁତ ଖାସ୍ ହୋଇଥାଏ । ପ୍ରେମ ସମ୍ପର୍କର ଆରମ୍ଭରେ ସବୁ ଦମ୍ପତିଙ୍କୁ ସବୁକିଛି ଠିକ୍ ଓ ଭଳ ଲାଗିଥାଏ । କିନ୍ତୁ ସମୟ ସହିତ ଦୁହିଁଙ୍କ ମଧ୍ୟରେ ଅନେକ ଜିନିଷ ବଦଳିଥାଏ । ବହୁବାର ପ୍ରେମ କରୁଥିବା ପାର୍ଟନର ପରେ ପ୍ରୋଟେକ୍ଟିଭ୍ ଓ ଡୋମିନେଟିଙ୍ଗ ହେବାରେ ଲାଗିଥାଏ । ଯଦିଓ କେତେକ ଏହାକୁ ଫେକ୍ ବୋଲି ଭାବିଥାନ୍ତି, କିନ୍ତୁ ପ୍ରୋଟେକ୍ଟିଭ ଓ ଓଭର ପ୍ରୋଟେକ୍ଟିଭ ମଧ୍ୟରେ ପାର୍ଥକ୍ୟ ରହିଥାଏ ଯାହାକୁ ବ୍ୟକ୍ତି ପ୍ରେମ କରିଥାଏ ।
ଯେତେବେଳେ ଜଣେ ବ୍ୟକ୍ତିର ସ୍ୱଭାବ ଓଭର ପ୍ରୋଟେକ୍ଟିଭ୍ ବା ଡୋମିନେଟିଭ୍ ହେବାକୁ ଲାଗେ, ସେତେବେଳେ ଦୁହିଁଙ୍କ ମଧ୍ୟରେ ଖାଲି ସ୍ଥାନ ହଜିଯାଏ । ବହୁବାର ପାର୍ଟନରଙ୍କ ଏପରି ବ୍ୟବହାର ଯୋଗୁଁ ସମ୍ପର୍କରେ ଅଶନିଃଶ୍ୱସୀ ପରି ଅନୁଭବ ହୋଇଥାଏ । ଉଭୟଙ୍କ କ୍ଷେତ୍ରରେ ଏହା ହୋଇଥିବା ବେଳେ ପ୍ରେମିକମାନଙ୍କ କ୍ଷେତ୍ରରେ ଟିକେ ଅଧିକ ହୋଇଥାଏ । ଝିଅ ପ୍ରତି ପ୍ରେମିକର ଅଧିକ ପ୍ରୋଟେକ୍ଟିଭ୍ ହେବା ପ୍ରେମ ନା ଗର୍ଲଫ୍ରେଣ୍ଡକୁ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ ବୋଲି ବେଳେବେଳେ ଜାଣିବା କଷ୍ଟ ହୋଇଥାଏ । ଏହି ମାମଲାରେ କେତେକ ଝିଅ ନିଜ ପ୍ରେମିକକୁ ଅନ୍ଧ ଭାବେ ଭଲ ପାଇବା ସହ ବିଶ୍ୱାସ ମଧ୍ୟ କରନ୍ତି । ତେବେ ଆସନ୍ତୁ ଜାଣିବା କିଛି ସରଳ ଟିପ୍ସ, ଯାହା ସାହାର୍ଯ୍ୟରେ ଆପଣ ଜାଣିପାରିବେ ଯେ ଆପଣଙ୍କ ପ୍ରେମିକର ସ୍ୱଭାବ ଡୋମିନେଟିଙ୍ଗ କି ନୁହେଁ ।
ନିଜ ପ୍ରତି ଧ୍ୟାନ ଦେବା
ଯଦି ଜଣେ ବ୍ୟକ୍ତି ଡୋମିନେଟିଙ୍ଗ ପ୍ରକୃତିର ହୋଇଥାଏ, ତେବେ ସେ ନିଜର ଆଖପାଖ ଲୋକଙ୍କ ଉପରେ ବିଲବୁଲ ଧ୍ୟାନ ଦେଇନଥାଏ । ସେ କେବଳ ନିଜର ଯତ୍ନ ନିଅନ୍ତି । ଯଦି ଆପଣଙ୍କ ପ୍ରେମିକ ସେଭଳି ପ୍ରକୃତିର, ତେବେ ସେମାନେ ବି ନିଜ ପ୍ରତି ବିଶେଷ ଧ୍ୟାନ ଦେଉଥିବେ । ଆପଣଙ୍କ ସକାଳରୁ ରାତି ପର୍ଯ୍ୟନ୍ତ ତାଙ୍କ କଥା ମାନିବାକୁ ସେ ଚାହାନ୍ତି । ଯଦି ଆପଣ ନିଜେ କିଛି କରିବାକୁଚ୍ଛା କରନ୍ତି, ତେବେ ଆପଣଙ୍କୁ ପଚାରିବାକୁ ତାଙ୍କ ପାଖରେ ପୂର୍ବରୁ ଏକ ତାଲିକା ରହିଥିବ । ବହୁ ନକାରାତ୍ମକ ଜିନିଷରୁ ଆପଣଙ୍କ ଉତ୍ସାହରୁ ସେ ହ୍ରାସ କରିପାରେ । ବାସ୍ତବରେ ସେ ଅନୁଭବ କରନ୍ତି ଯେ, ସେ ଆପଣଙ୍କୁ ସୁରକ୍ଷିତ ରଖିପାରିବେ ଓ ଆପଣ ନିଜର ଯତ୍ନ ନେଇପାରିବେ ନାହିଁ ।