fbpx

ମୃତ୍ୟୁର ଠିକ୍ ପୂର୍ବରୁ ମଣିଷ କିପରି ଅନୁଭବ କରିଥାଏ, ଜାଣନ୍ତୁ କ’ଣ କହୁଛି ଏକ୍ସପର୍ଟଙ୍କ ରିପୋର୍ଟ

Advertisement

ନୂଆଦିଲ୍ଲୀ: ମଣିଷମାନେ ବଞ୍ଚିଥିବା ସମୟରେ ହସ, ଖୁସି, ଦୁଃଖ, ମନୋମାଳିନ୍ୟ, ଅଭିମାନ, ପ୍ରତିଶୋଧ, କ୍ରୋଧ ଆଦି ପ୍ରତ୍ୟେକ ଭାବକୁ ଅନୁଭବ କରିପାରେ । ମାତ୍ର ମୃତ୍ୟୁ ବିଷୟରେ ହୁଏତ କେହି ଜାଣି ନଥିବେ । ମଣିଷ ଯେତେବେଳେ ମୃତ୍ୟୁବରଣ କରେ, ମୃତ୍ୟୁର ଠିକ୍ ପୂର୍ବରୁ ସେ କିପରି ଅନୁଭବ କରେ, ଏହା ନିଶ୍ଚିତ ଭାବେ ଏକ କଠିନ ପ୍ରଶ୍ନ । ଏନେଇ ଏକ୍ସପର୍ଟମାନେ ସେମାନଙ୍କର ରିସର୍ଚ୍ଚ ରିପୋର୍ଟ ପ୍ରଦାନ କରିଛନ୍ତି ।

ତେବେ ମୃତ୍ୟୁ ପୂର୍ବରୁ ମଣିଷ କିପରି ଅନୁଭବ କରେ, କ’ଣ ସଙ୍କେତ ଦିଏ, ସେନେଇ ଜଣେ ଏକ୍ସପର୍ଟ ନିଜର ରିପୋର୍ଟ ପ୍ରଦାନ କରିଛନ୍ତି । ଜଣେ ଡାକ୍ତର ତାଙ୍କର ସାରା ଜୀବନ ମଧ୍ୟରେ ଅନେକ ଲୋକଙ୍କୁ ମରିବାର ଦେଖିଛନ୍ତି । ତେବେ ଏହି ମାମଲାରେ ବୈଜ୍ଞାନିକମାନେ ମଧ୍ୟ ବହୁତ କମ୍ ତଥ୍ୟ ଜାଣିଥାନ୍ତି । ମଣିଷ ମରିବା ପୂର୍ବରୁ ତା’ର ଶରୀରରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ ।

ଏନେଇ ଡାକ୍ତର ଜଣଙ୍କ କହିଛନ୍ତି, ମରିବାର ଦୁଇ ସପ୍ତାହ ପୂର୍ବରୁ ମଣିଷର ହୃଦ୍ ସ୍ପନ୍ଦନ ପ୍ରାୟତଃ ବନ୍ଦ ହୋଇଯାଇଥାଏ । ଲିଭରପୂଲ ୟୁନିଭରସିଟିର ଜଣେ ରିସର୍ଚ୍ଚ ଫେଲୋଙ୍କ ମତରେ, ଜଣେ ବ୍ୟକ୍ତି ମରିବାର ପ୍ରକ୍ରିୟା ଦୁଇ ସପ୍ତାହ ପୂର୍ବରୁ ଆରମ୍ଭ ହୋଇଯାଇଥାଏ । ଏହି ସମୟରେ ମଣିଷର ଶରୀର ଦୁର୍ବଳ ହେବାରେ ଲାଗିଥାଏ । ଚାଲିବା ଓ ଶୋଇବାରେ ସମସ୍ୟା ଦେଖାଦେଇଥାଏ । ଜୀବନର ଅନ୍ତିମ ଦିବସରେ ମଣିଷର ଭୋଜନ କରିବା, ପିଇବାର କ୍ଷମତା ସମାପ୍ତ ହୋଇଯାଇଥାଏ ।

କିଛି ଷ୍ଟଡି ଅନୁଯାୟୀ, ମୃତ୍ୟୁ ସମୟରେ ମଣିଷର ମସ୍ତିଷ୍କରୁ ଅଧିକ ମାତ୍ରାରେ କେମିକାଲ ନିର୍ଗତ ହୋଇଥାଏ । ଉକ୍ତ କେମିକାଲ ମଧ୍ୟରେ ଏଣ୍ଡୋର୍ଫିନ ରହିଥାଏ, ଯାହାକି ବ୍ୟକ୍ତିର ଭାବନାକୁ ଉତ୍ତେଜିତ କରିଥାଏ । ମଣିଷର ମୃତ୍ୟୁ ସମୟ ଯେତିକି ପାଖେଇ ଆସେ, ତା’ର ଶରୀରର ଷ୍ଟ୍ରେସ କେମିକାଲ ବୃଦ୍ଧି ହେବାରେ ଲାଗିଥାଏ । ପ୍ରତ୍ୟେକ ବ୍ୟକ୍ତିର ମୃତ୍ୟୁ ଅଲଗା ଅଲଗା ଢଙ୍ଗରେ ହୋଇଥାଏ । କାହାର ମୃତ୍ୟୁ ଶାନ୍ତିପୂର୍ଣ୍ଣ ଭାବେ ହେବ, ତାହା ଅନୁମାନ କରିବା କଷ୍ଟକର ।

Get real time updates directly on you device, subscribe now.