ଟପ୍ ଅପ୍ ହୋମ ଲୋନ ପାଇଁ କେମିତି କରିବେ ଆବେଦନ ? ଜାଣନ୍ତୁ

ଧ୍ୟବିତ୍ତ ପରିବାର ପାଇଁ ନିଜର ଘରଟିଏ ତିଆରି କରିବା ଏକ ସ୍ଵପ୍ନ ସତ ହେଲା ପରି ହୋଇଥାଏ । କାରଣ, ଘର ତିଆରିରେ ଢେର୍ ପୁଞ୍ଜି ଖର୍ଚ୍ଚ ହୁଏ । ଏତେଗୁଡ଼ିଏ ଅର୍ଥ ଏକାବେଳେ ଦେବା ସମ୍ଭବ ହୋଇ ନ ଥାଏ, ତେଣୁ ଲୋକମାନେ ହୋମ୍ ଲୋନ୍ ନେଇ ନିଜର ସ୍ଵପ୍ନକୁ ସାକାର କରିଥାନ୍ତି । କିନ୍ତୁ ଘର ତିଆରି ପରେ ବି ଯାବତୀୟ ଖର୍ଚ୍ଚ ସବୁ ରହିଥାଏ, ଯାହା ପାଇଁ ଟଙ୍କା ଆବଶ୍ୟକ ପଡ଼େ ।

ଯେମିତି କି, ଆସବାବପତ୍ର, ଇଣ୍ଟେରିୟର, ରିପେୟାର ଇତ୍ୟାଦି । ଏମିତିରେ ଟଙ୍କାର ଆବଶ୍ୟକତାକୁ ପୂରଣ କରିବା ପାଇଁ ଟପ୍-ଅପ୍ ଋଣ ସହାୟକ ହୋଇପାରେ । ଆସନ୍ତୁ ଜାଣିବା ଏହା କ’ଣ ?

ଟପ୍ ଅପ୍ ଲୋନ ଏକ ଅତିରିକ୍ତ ଋଣ ରାଶି । ଏହା ପୂର୍ବରୁ ଜାରି ଥିବା ଗୃହ ଋଣ ଉପରେ ନିଆଯାଇପାରେ । ସମସ୍ତ ବ୍ୟାଙ୍କ ଏବଂ ବିତ୍ତୀୟ ସଂସ୍ଥା ନିଜ ଗ୍ରାହକମାନଙ୍କୁ ଟପ୍ ଅପ୍ ଲୋନର ସୁବିଧା ପ୍ରଦାନ କରିଥାଆନ୍ତି । ଟପ୍ ଅପ୍ ଲୋନ ଏକ ପ୍ରକାରର ବ୍ୟକ୍ତିଗତ ଋଣ, ଯାହା ଆପଣଙ୍କୁ କମ୍ ସୁଧ ହାରରେ ମିଳିଥାଏ । ଆପଣଙ୍କ ଟପ୍ ଅପ୍ ଲୋନର ଅବଧି ଘର ଋଣ ଉପରେ ନିର୍ଭର କରେ ।

ଟପ୍ ଅପ୍ ଲୋନର ପ୍ରଥମ ଫାଇଦା ହେଉଛି, ଏଥିରେ ଆପଣଙ୍କୁ କୌଣସି ପ୍ରକାରର ସିକ୍ୟୁରିଟି ଏବଂ ଗ୍ୟାରେଣ୍ଟିର ଆବଶ୍ୟକ ହୋଇ ନ ଥାଏ । କାରଣ, ପୂର୍ବରୁ ଆପଣଙ୍କ ବ୍ୟାଙ୍କରେ ଘର ଋଣ ଜାରି ଥାଏ । ଏହା ଏକ ବ୍ୟକ୍ତିଗତ ଋଣ । ଯଦି ଆପଣ ଏହାକୁ କେବଳ ଘର ନିର୍ମାଣ ଏବଂ ନବୀକରଣ ପାଇଁ ବ୍ୟବହାର କରନ୍ତି, ତା’ ହେଲେ ଟିକସ ଛାଡର ଲାଭ ମଧ୍ୟ ଉଠାଇପାରିବେ ।

ତେବେ ଟପ୍ ଅପ୍ ଗୃହ ଋଣ ଆପଣଙ୍କୁ କେତେ ମିଳିବ, ତାହାକୁ ନେଇ ବ୍ୟାଙ୍କଗୁଡ଼ିକର ଭିନ୍ନ ନିୟମ ଥାଇପାରେ । ସାଧାରଣତଃ କୁହାଯାଏ, ଗୃହ ଋଣର ମୋଟ ରାଶି ଏବଂ ଆପଣଙ୍କ ସମ୍ପତ୍ତିର ମାର୍କେଟ୍ ଭାଲ୍ୟୁର ୭୦% ପର୍ଯ୍ୟନ୍ତ ଟପ୍ ଅପ୍ ଋଣ ରାଶି ମିଳିପାରେ ।

ଯେଉଁ ବ୍ୟାଙ୍କରୁ ଆପଣ ଗୃହ ଋଣ ନେଇଛନ୍ତି, ସେହି ବ୍ୟାଙ୍କରେ ଭିଜିଟ୍ କରି କିମ୍ବା ବ୍ୟାଙ୍କ ୱେବସାଇଟ୍ ଜରିଆରେ ଟପ୍ ଅପ୍ ଲୋନ ପାଇଁ ଆପଣ ଆପ୍ଲାଏ କରିପାରିବେ ।