fbpx

ଲୁଚି ଲୁଚି କେହି ଆପଣଙ୍କ କଲ୍ ରେକର୍ଡ କରୁନାହାନ୍ତି ତ? କେମିତି ଖୋଜି ବାହାର କରିବେ?

ଚଳିତବର୍ଷ କଲ୍ ରେକର୍ଡିଂ ଆପଗୁଡିକୁ ବନ୍ଦ କରି ଦେଇଛି ଗୁଗଲ । ତେବେ ଯଦି ଆପଣ ଗୁଗଲ ଡାଏଲର ଆପ ବ୍ୟବହାର କରୁଛନ୍ତି ତ ଏଥିପ୍ରତି ଧ୍ୟାନ ଦିଅନ୍ତୁ । ପ୍ରଥମେ କୌଣସି ବ୍ୟକ୍ତିଙ୍କୁ କଲ୍ କରିବା ସମୟରେ ଏହାକୁ ରେକର୍ଡ କରିବା ପାଇଁ ଏକ ଅପ୍ସନ ମିଳୁଥିଲା । ତେବେ ଗୁଗଲ ଡାଏଲରରୁ ଏହି ଫିଚର ହଟିଯିବା ପରେ ଅନ୍ୟାନ୍ୟ କମ୍ପାନୀ ମଧ୍ୟ ଏହି ଫିଚରକୁ ନିଜ ପ୍ଲାଟଫର୍ମରୁ ହଟାଇବା ଆରମ୍ଭ କରିଛନ୍ତି ।

ଯଦି କୌଣସି ବ୍ୟକ୍ତି ଆପଣଙ୍କ କଲ୍ ରେକର୍ଡ କରୁଥାଏ, ତେବେ ଆପଣଙ୍କୁ କିଛି ସିଗନାଲ ମିଳିଥାଏ । ଏହି ସିଗନାଲ ସାହାଯ୍ୟରେ ଆପଣ କଲ୍ ରେକର୍ଡିଂର ସମସ୍ତ ତଥ୍ୟ ପାଇପାରିବେ । କିନ୍ତୁ ଅଧିକାଂଶ କ୍ଷେତ୍ରରେ ଲୋକମାନେ ଏହି ସିଗନାଲ ଉପରେ ଧ୍ୟାନ ଦେଇ ନଥାନ୍ତି । ଏହା ଜାଣିବା ପାଇଁ ଆପଣ କଲରେ କଥା ହେବା ସମୟରେ ଅନ୍ୟ ଶବ୍ଦଗୁଡିକ ଉପରେ ଧ୍ୟାନ ଦେବା ଉଚିତ ।

ଅନକ ଦେଶରେ ଲୁଚି ଲୁଚି କାହାର କଲ୍ ରେକର୍ଡ କରିବା ଏକ ବେଆଇନ ବୋଲି ଘୋଷଣା ହୋଇଛି । ଏଥିପାଇଁ ଅଧିକାଂଶ ମୋବାଇଲ ଫୋନ ପ୍ରସ୍ତୁତକାରୀ କମ୍ପାନୀ ହେଡସେଟରେ ବିପ୍ ସାଉଣ୍ଡ ଆଡ୍ କରି ଦିଆଯାଇଛି । ଏଣୁ ଯେ କେହି ବି ଆପଣଙ୍କ କଲ୍ ରେକର୍ଡ କରିବ ତେବେ ଏହି ଶବ୍ଦ ଶୁଣିପାରିବେ । ଏଭଳି ଶବ୍ଦ ଶୁଣାଯିବାର ଅର୍ଥ ଆପଣଙ୍କ କଲ୍ ରେକର୍ଡିଂ ହେଉଛି ।

ଅନେକ ସମୟରେ କଲ ରେକର୍ଡିଂ ସମୟରେ ସିଙ୍ଗଲ ବିପ୍ ସାଉଣ୍ଡ ମଧ୍ୟ ହୋଇଥାଏ । ଏଭଳି ପରିସ୍ଥିତିରେ ଆପଣଙ୍କ କଲ୍ କନେକ୍ଟ ହେବା ମାତ୍ରେ ଏହି ସାଉଣ୍ଡ କିଛି ସମୟ ପର୍ଯ୍ୟନ୍ତ ଶୁଣିବାକୁ ମିଳିଥାଏ । ଏହା ରେକର୍ଡିଂ ଆକ୍ଟିଭ ହେବାର ସାଉଣ୍ଡ । ତେବେ ଏହାବ୍ୟତୀତ ଅନେକ ସମୟରେ କଲ ରେକର୍ଡିଂ ସମୟରେ ଆପଣଙ୍କୁ ମେସେଜ ମଧ୍ୟ ଆସିଥାଏ ।

Get real time updates directly on you device, subscribe now.