fbpx

ବିଗ ବସରେ କେମିତି ନେବେ ଭାଗ, ଏମିତି ହୁଏ ପ୍ରତିଯୋଗୀଙ୍କ ଚୟନ….

Advertisement

ଓଡିଶା ଭାସ୍କର: ବିଗ ବସର ଓଟିଟି ୩ ଆରମ୍ଭ ହୋଇ ସାରିଛି । ସବୁଥର ଭଳି ଏଥର ବି ସୋ’ରେ ଧମାଲ ମଚାଇ କମାଲ କରିବେ ପ୍ରତିଯୋଗୀ । ତେବେ ବିଗବସ ସୋ’ରେ କେମିତି ଜଣେ ଭାଗ ନେଇପାରିବ….

ବିସବସ୍ ଓଟିଟି ୩ ଘୋଷଣା ପରେ ହିଁ ଏହା ଏବେ ଚର୍ଚ୍ଚା ପରିସରରେ । ଏଥର ସୋ’ ସଲମାନ ଖାନ ନୁହଁ ବରଂ ଏଭରଗ୍ରୀନ ହିରୋ ଅନିଲ କପୁର ହିଁ ହୋଷ୍ଟ କରିବେ । ଏହି ପରିବର୍ତ୍ତନ ବିଗବସକୁ ବେଶୀ ଚର୍ଚ୍ଚାକୁ ଆଣିଥିଲା । ପ୍ରଶଂସକଙ୍କ ମନରେ ବି ଉତ୍କଣ୍ଠା ବଢିଛି । ସେ ସୋ’ କୁ ଆଗାକୁ କେମିତି ହୋଷ୍ଟ କରୁଛନ୍ତି ଦେଖିବା ପାଇଁ । ଗତ ଶୁକବାର ଦିନ ଏହି ସୋ’ ର ଗ୍ରାଣ୍ଡ ପ୍ରିମିୟର ହୋଇସାରିଛି । ଧମାକେଦାର ତଥା ଦମଦାର ଏଣ୍ଟ୍ରି ମାରି ଅନିଲ ସମସ୍ତଙ୍କ ମନ ଜିଣି ନେଇଥିଲେ ପ୍ରିମିୟରରେ । ପରେ ସୋ’ରେ ଗୋଟିଏ ପରେ ଗୋଟିଏ ପ୍ରତିଯୋଗୀଙ୍କ ଏଣ୍ଟ୍ରି ଦେଖିବାକୁ ମିଳିଥିଲା । ବିଗବସ ସୋ’ରେ ଏଥର ବହୁ ୟୁଟୁବର୍ସ ଓ ଇନଫ୍ୟୁ ଏନସର୍ସଙ୍କୁ ଦେଖିବାକୁ ମିଳିଛି । ତେବେ ଜାଣିବା ଆପଣ ବି କେମିତି ବିଗ ବସ୍ରେ ପ୍ରବେଶ କରି ପାରିବେ ।

ପ୍ରତିଯୋଗୀଙ୍କ ଚୟନ ପାଇଁ ଥାଆନ୍ତି ସ୍ୱତନ୍ତ୍ର ଟିମ୍:
ବିଗ୍ ବସ୍ ଉଭୟ ଟେଲିଭିଜନ ଓ ଓଟିଟିର ଲୋକପ୍ରିୟ ସୋ’ ଅଟେ । ଏହାର ଚୟନ ସ୍ୱତନ୍ତ୍ର ଭାବରେ ହୋଇଥାଏ । ସୋ’ ରେ ପ୍ରତିଯୋଗୀଙ୍କ ଚୟନ ପାଇଁ କ୍ରିଏଟିଭ ଟିମ୍ ଥାଆନ୍ତି । ଏଥିରେ ଉଭୟ ଚ୍ୟାନେଲ ଓ ପ୍ରଡକସନ୍ସ ଟିମ ସାମିଲ ଥାଏ । ଏହି ଟିମ୍ ଇଣ୍ଟରଟେଣ୍ଟମେଣ୍ଟ ରିସର୍ଚ୍ଚ ସହ ଇନଫ୍ୟ୍ୁଏନଜର୍ସ ଓ ଲୋକପ୍ରିୟ ପର୍ସନାଲିଟିଙ୍କ ବାବଦରେ ସବିଶେଷ ତଥ୍ୟ ଯୋଗାଡ କରନ୍ତି ।

ବିବାଦୀୟ ଲୋକଙ୍କ ଉପରେ ଥାଏ ଫୋକସ:
ବିଗ୍ ବସରେ ସେମିତି ଲୋକମାନଙ୍କୁ ବେଶୀ ପ୍ରାଧାନ୍ୟ ଦିଆଯାଏ ଯେଉଁମାନେ ବିବାଦ ଘେରରେ ଥା’ନ୍ତି । ତାହା ସହ ସାହସୀ ଓ ନିର୍ଭୀକତାର ସହ ନିଜ କଥା ଉପସ୍ଥାପନା କରି ପାରୁଥିବା ଲୋକଙ୍କୁ ବି ଏଥିରେ ସାମିଲ କରାଯାଏ । ପରବର୍ତ୍ତୀ ସମୟରେ ଏଭଳି ଲୋକଙ୍କୁ ନିମନ୍ତ୍ରଣ ଦିଆଯାଏ ସୋ’କୁ ଆସିବା ପାଇଁ । ଯଦି ଆପଣଙ୍କପାଖରେ ବି ଏଭଳି ଦକ୍ଷତା ଅଛି ତେବେ ନିଶ୍ଚିତଭାବରେ ଆପଣ ବି ବିଗବସକୁ ଯାଇପାରିବେ । ପ୍ରତି ସପ୍ତାହ ହିସାବରେ ତାଙ୍କୁ ପାଉଣା ମିଳିଥାଏ । ଏଥର ବିଗବସରେ ପ୍ରତିଯୋଗୀ ଭାବରେ ନିରଜ ଗୋୟତ, ସନା ମକବୁଲ, ଲବ କାଟାରିୟା, ନାବେଦ ଶେଖ ଉର୍ଫ ନୈଜି, ସାଇ କେତନ ରାଓ, ପାୟଲ ମଲିକ, ଅରମାନ ମଲିକ, ପୌଲୋମୀ ଦାସ, ସନା ସୁଲତାନ, ଶିବାନୀ କୁମାରୀ, ଚନ୍ଦ୍ରିକା ଦୀକ୍ଷିତ, ଦିକ ଚୌରାସିୟା, ବିଶାଳ ପାଣ୍ଡେ, ରଣବୀର ଶୌରୀ ଓ ମୁନିଷା ଖଟବାନୀ ପ୍ରମୁଖ ନଜର ଆସୁଛନ୍ତି ।

Get real time updates directly on you device, subscribe now.