fbpx

PPF ଆକାଉଣ୍ଟରେ ବି ଆପଣ ନେଇପାରିବେ ଲୋନ୍, ଜାଣନ୍ତୁ କ’ଣ ଏହାର ନିୟମ ଏବଂ ସର୍ତ୍ତାବଳୀ

Advertisement

ନୂଆଦିଲ୍ଲୀ: ଯଦି ଆପଣ ନିବେଶ କରିବାକୁ ଯୋଜନା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ  । ଆଜି ଆମେ ଆପଣଙ୍କୁ ପିପିଏଫ୍ ଆକାଉଣ୍ଟ (PPF) ବିଷୟରେ କହିବୁ । ଏଥିରେ ନିବେଶ କରିବା ଦ୍ୱାରା କେବଳ ଭଲ ସୁଧ ସହ ଟ୍ୟାକ୍ସରେ ଛାଡ଼ ମଧ୍ୟ ମିଳିଥାଏ । ଏହା ସହ ଏଠାରେ ରିସ୍କର ମଧ୍ୟ କିଛି ଚିନ୍ତା ମଧ୍ୟ ନାହିଁ । ଆବଶ୍ୟକ ପଡ଼ିଲେ ଆପଣ ଏହି ଟଙ୍କାକୁ କାଢ଼ିପାରିବେ ମଧ୍ୟ । ଆପଣ ପୋଷ୍ଟ ଅଫିସ୍ କିମ୍ବା ବ୍ୟାଙ୍କ୍ ରେ ନିଜର ପିପିଏଫ୍ ଆକାଉଣ୍ଟ ଖୋଲିପାରିବେ । ଆପଣ ଚାହିଲେ ବାର୍ଷିକ ଏକ ନିଶ୍ଚିତ ଡିପୋଜିଟ୍ ନିଜ ଆକାଉଣ୍ଟରେ କରିପାରିବେ କିମ୍ବା ମାସିକ କିଛି କିଛି ଟଙ୍କା ରଖିପାରିବେ ।

ଗୋଟିଏ ଆର୍ଥିକ ବର୍ଷରେ ଆପଣଙ୍କୁ ନିଜ ପିପିଏଫ୍ ଆକାଉଣ୍ଟରେ ସର୍ବନିମ୍ନ ୫୦୦ ଟଙ୍କା ନିବେଶ କରିବାକୁ ହେବ । ଆପଣ ଗୋଟିଏ ଆର୍ଥିକ ବର୍ଷରେ ସର୍ବାଧିକ ୧.୫ ଲକ୍ଷ ଟଙ୍କା ନିବେଶ କରିପାରିବେ । ଏହାର ମ୍ୟାଚୁରିଟି ପିରିୟଡ ୧୫ ବର୍ଷ ରହିଛି । ୧୫ ବର୍ଷ ପୂରଣ ହେବାପରେ ଆପଣଙ୍କୁ ପୂରା ଟଙ୍କା, ଜମା ଏବଂ ସୁଧ ମିଳିଥାଏ ।

ଆବଶ୍ୟକ ପଡ଼ିଲେ ଆପଣ ଆକାଉଣ୍ଟ ଖୋଲିବାର ତୃତୀୟ ଆର୍ଥିକ ବର୍ଷରୁ ଲୋନ୍ ନେଇପାରିବେ । ଲୋନ ଆପଣଙ୍କୁ ପୂର୍ବ ଆର୍ଥିକ ବର୍ଷର ଶେଷ ତାରିଖ ସୁଦ୍ଧା ଜମା ଟଙ୍କାର ୨୫ ପ୍ରତିଶତ ଲୋନ ଭାବରେ ମିଳିପାରିବ । ଏହି ଲୋନ୍ ର ସୁଧ ହାର ପିପିଏଫ୍ ରେ ଆପଣଙ୍କୁ ମିଳୁଥିବା ସୁଧରୁ କେବଳ ୧ ପ୍ରତିଶତ ଅଧିକ । ଅର୍ଥାତ୍ ଏବେ ପିପିଏଫର ସୁଧ ହାର ୭.୧ ଅଟେ । ଯଦି ଆପଣ ଲୋନ୍ ନେଉଛନ୍ତି ତେବେ ଆପଣଙ୍କ ସୁଧ ୮.୧ ପ୍ରତିଶତ ହେବ ।

Get real time updates directly on you device, subscribe now.