fbpx

୨୦୨୪ର ପ୍ରଥମ ମାସ ସ୍ୱାମୀ-ସ୍ତ୍ରୀଙ୍କ ପାଇଁ କେମିତି ରହିବ? ଜାଣନ୍ତୁ କ’ଣ କହୁଛି ଜ୍ୟୋତିଷ ଶାସ୍ତ୍ର

ଓଡିଶା ଭାସ୍କର; ନୂଆ ବର୍ଷ କିଛି ଲୋକଙ୍କ ଜୀବନରେ ସୁଖ ଆଣିଥାଏ ତ ପୁଣି କିଛି ଲୋକଙ୍କ ପାଇଁ ଅସୁବିଧାରେ ପରିପୂର୍ଣ୍ଣ ହୋଇଥାଏ। ତେବେ ଆଗାମୀ ବର୍ଷ ସେମାନଙ୍କ ପାଇଁ କିପରି ହେବ ଏହା ଜାଣିବାକୁ ଲୋକମାନେ ବହୁତ ଆଗ୍ରହୀ। ତେଣୁ ଆସନ୍ତୁ ଆଜି ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୦୨୪ ନୂତନ ଦମ୍ପତିଙ୍କ ପାଇଁ କିପରି ହେବ।

ଦମ୍ପତିଙ୍କ ମଧ୍ୟରେ ଆଜିକାଲି ଯେଉଁ ଭଳି ସବୁ ବିବାଦ ଦେଖା ଦେଉଛି ତାହା ଅତ୍ୟନ୍ତ ଚିନ୍ତା ଜନକ। ଏହାକୁ ନେଇ ସମସ୍ତେ ଚାହାନ୍ତି ଏକ ସୁଖମୟ ଜୀବନ। ବିଶେଷକରି ନୂଆ ବିବାହ କରିଥିବା ସ୍ୱାମୀ-ସ୍ତ୍ରୀ ଚାହାନ୍ତି ଯେ ଆଗକୁ ତାଙ୍କ ଜୀବନରେ ସୁଖ ଶାନ୍ତି ଭରି ରହୁ। ତେବେ ବର୍ତ୍ତମାନ ନୂଆ ବର୍ଷ ଆସୁଥିବା ବେଳେ ପ୍ରାରମ୍ଭରୁ ସେମାନଙ୍କ ମଧ୍ୟରେ ତାଙ୍କ ସମ୍ପର୍କ କେମିତି ରହିବ ଏନେଇ ଜ୍ୟୋତିଷ ମାନେ କିଛି ମତ ରଖିଛନ୍ତି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂତନ ବର୍ଷ ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହୁଏ। କିନ୍ତୁ ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ସମସ୍ତେ ୧ ଜାନୁଆରୀକୁ ନୂତନ ବର୍ଷ ଭାବେ ପାଳନ କରନ୍ତି। ଏହି ଅବଧିରେ ଗ୍ରହମାନଙ୍କର ସ୍ଥିତିକୁ ଦେଖିଲେ, ନୂତନ ବର୍ଷ ୨୦୨୪ ଦମ୍ପତିମାନଙ୍କ ପାଇଁ ବହୁତ ଭଲ ହେବ। କାରଣ ବୃହସ୍ପତି ବର୍ତ୍ତମାନ ମେଷ ରାଶିରେ ଗତି କରୁଛି। ଏହା ପରେ ତାହା ତୁଳା ରାଶିରେ ପ୍ରବେଶ କରିବ। ଯେଉଁଥିପାଇଁ ଏହି ବର୍ଷ ନବ ଦମ୍ପତିଙ୍କ ପାଇଁ ଭଲ ହେବ।

ଇଗୋକୁ ଦୂରରେ ରଖ:
ଜ୍ୟୋତିଷ ମାନେ କହିଛନ୍ତି ଯେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିବ, କିନ୍ତୁ ଉଭୟଙ୍କ ମଧ୍ୟରେ ବିବାଦର ପରିସ୍ଥିତି ମଧ୍ୟ ରହିବ। ଏହା ଘଟିବା କାରଣ ନୂତନ ବର୍ଷରେ ଉଭୟ ମଙ୍ଗଳ ଏବଂ ଶନି ଚୈତ୍ର ଶୁକ୍ଲା ପ୍ରତୀପଡା ଏବଂ ସୂର୍ୟ୍ୟ ମେଷ ରାଶିରେ ପ୍ରବେଶ କରୁଛନ୍ତି। ମଙ୍ଗଳ ଗ୍ରହର ଅବସ୍ଥା ସୃଷ୍ଟି ହେଉଛି ଏବଂ ଯେତେବେଳେ ଏହି ପରିସ୍ଥିତି ଉପୁଜେ ସେତେବେଳେ ଉଭୟଙ୍କ ମଧ୍ୟରେ ଇଗୋ ଆସିଥାଏ। ଏଣୁ ନିଶ୍ଚିତ ଭାବରେ ପାରସ୍ପରିକ ସମ୍ପର୍କ ମଧ୍ୟରେ ଦ୍ୱନ୍ଦ ଦେଖାଦେଇପାରେ। ଏହା ସହ ସମାଜରେ ଦ୍ୱନ୍ଦ୍ୱର ପରିସ୍ଥିତି ମଧ୍ୟ ସୃଷ୍ଟି ହୁଏ। ତେଣୁ ଏହି ବିଷୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଯଦି ଆପଣ ଇଗୋକୁ ଦୁରେଇ ରଖିବେ, ଆପଣଙ୍କ ବିବାହିତ ଜୀବନ ଖୁସିମୟ ହେବ।

 

Get real time updates directly on you device, subscribe now.