ସ୍ତ୍ରୀକୁ ମାରିଦେଇ ବକ୍ସ ଖଟରେ ଲୁଚାଇଲା, ପରେ ଘର ବାହାରୁ ତାଲା ମାରିଲା ଜହ୍ଲାଦ ସ୍ୱାମୀ

ଉମରକୋଟରେ ଜଘନ୍ୟ ହତ୍ୟା, ସ୍ତ୍ରୀକୁ ମାରି ଖଟ ବକ୍ସରେ ଲୁଚାଇଲା ସ୍ୱାମୀ

ଉମରକୋଟ: ଦେଶ ପରେ ଏବେ ରାଜ୍ୟରେ ଜଘନ୍ୟ ହତ୍ୟା। ବର୍ତ୍ତମାନ ନବରଙ୍ଗପୁର ଉମରକୋଟରୁ ଏକ ଅଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଜହ୍ଲାଦ ସ୍ୱାମୀ ସ୍ତ୍ରୀକୁ ମାରି ବକ୍ସ ଖଟରେ ଲୁଚାଇଛି।

ସୂଚନାନୁଯାୟୀ, ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ହଳଦି ଗାଁରେ ଏହି ଜଘନ୍ୟକାଣ୍ଡ ଘଟିଥିବା ଜଣାପଡିଛି। ହତ୍ୟା କରିବା ପରେ ସ୍ତ୍ରୀକୁ ବକ୍ସ ଖଟରେ ପରେଇ ସେହି ଘରେ ତାଲା ପକାଇଥିଲା।

୨ ଦିନ ପରେ ସନ୍ଦେହ ହେବାରୁ ବାପଘର ଲୋକେ ପହଞ୍ଚିଥିଲେ। ଘର ତାଲା ଭାଙ୍ଗି ଖୋଜାଖୋଜି ପରେ ଖଟ ଭିତରୁ ମୃତଦେହ ଉଦ୍ଧାର ହୋଇଛି। ଏପର୍ଯ୍ୟନ୍ତ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଏଥିସହ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଛି।