(Video) ସ୍ୱାମୀଙ୍କ କୋକେଇ ଉଠିବା ଆଗରୁ ସ୍ତ୍ରୀ ଛାଡିଦେଲେ ଦୁନିଆ, ସାତ ଜନ୍ମର ସାଥି ହେବାର ପ୍ରତିଜ୍ଞା ରଖିବାକୁ ହେଲେ ସ୍ୱାମୀଙ୍କ ପଥର ପଥିକା
ଜଗତସିଂହପୁର- ଆଜି ବଡ଼ ଦିନ, ସବୁ ଠି ଖୁସିର ମହୋଲ । କିନ୍ତୁ ଲୁହ ଆଉ କାନ୍ଦ, ରାମ ନାମ ସତ୍ୟ ହେ ଶଦ୍ଦରେ ଫାଟିପଡୁଛି ଅଚଂଳ । ଏକା ସାଙ୍ଗରେ ଜଳିଛି ଦୁଇ ଜଣଙ୍କ ଜୁଇ । ଗୋଟିଏରେ ସ୍ୱାମୀ ଓ ଅନ୍ୟଟିରେ ଜଳିଛନ୍ତି ସ୍ତ୍ରୀ ।
ସମସ୍ତଙ୍କ ଆଖିରେ ଲୁହ ଭରିଦେଇ ସ୍ୱାମୀ ସ୍ତ୍ରୀ ଦୁହେଁ ଏକା ସାଙ୍ଗରେ ଶଶ୍ମାନକୁ ଯାଉଛନ୍ତି । ସାତ ଜନ୍ମର ସାଥି ହେବାର ପ୍ରତିଜ୍ଞା ପୂରଣ କରିବାକୁ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପଥର ପଥିକ ସାଜିଛନ୍ତି ପତ୍ନୀ । ସ୍ୱାମୀଙ୍କ ବ୍ରେନ୍ ଷ୍ଟୋକ୍ରେ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଏ ଖବର ଶୁଣିବା ପରେ ଛାଡିଦେଇଛନ୍ତି ଦୁନିଆ ।
ଗୋଟିଏ ଜୁଇରେ ଜଳିଗଲେ ଝରା-ପ୍ରଶାନ୍ତ । ସାହିତ୍ୟ ପାଇଁ ଦୁହିଁଙ୍କ ଜୀବନ ଥିଲା ବେଶ ଗତିଶୀଳ । ଯେଉଁଠି ଥିଲା ମାନ-ଅଭିମାନ, ପ୍ରେମ ଓ ସୃଜନ । ଗପରେ କବିତାରେ ଅନୁବାଦରେ, ବାଗ୍ମୀତା ଓ ସୃଜନ ସମୀକ୍ଷାରେ ଅଧ୍ୟାପକ ପ୍ରଶାନ୍ତ ବିଶ୍ୱାଳ ଥିଲେ ଜଣେ ବହୁ ଚର୍ଚ୍ଚିତ ପୁରୁଷ । ତାଙ୍କ ସ୍ତ୍ରୀ ଝରଣା ଥିଲେ ତା’ଙ୍କ ସୃଜନ ଜୀବନର ଆଦ୍ୟ ଓଁକାର । ଓଡିଆ ଏବଂ ଇଂରାଜୀ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବା ପ୍ରାଧ୍ୟାପକ ପ୍ରଶାନ୍ତ ବିଶ୍ୱାଳ ଆଉ ନାହାନ୍ତି ।
କଟକ ଜିଲ୍ଲା ମାହାଙ୍ଗା ଥାନା ଅଡମ ମହେଶପୁର ଗ୍ରାମରେ ଜନ୍ମ ନେଇଥିଲେ ପ୍ରଶାନ୍ତ । ଇଂରାଜୀ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ଭାବେ ଧର୍ମଶାଳା, ସୁଜନପୁର ଏବଂ ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟ ଜଗତପୁର ଠାରେ ସେ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ । ଜଣେ ଉଚ୍ଚ କୋଟିର କବି ଏବଂ ଲେଖକ ଭାବେ ତା’ଙ୍କର ସାରା ଓଡ଼ିଶାରେ ବେଶ ସୁନାମ ଥିଲା ।
ହଠାତ୍ ବ୍ରେନଷ୍ଟ୍ରୋକ ପରେ ପ୍ରଶାନ୍ତ ନୀରବି ଯାଇଥିଲେ । ତା’ଙ୍କ ପାର୍ôଥବ ଶରୀରକୁ ଅଡମ ଗ୍ରାମ୍ୟ ଶ୍ମଶାନରେ ଅନ୍ତିମ ସତ୍କାର କରାଯାଉଥିବା ବେଳେ, ପତ୍ନୀ ଝରଣା ବିଶ୍ୱାଳଙ୍କ ହଠାତ ଦେହାନ୍ତ ଘଟିଛି ।
ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଅକାଳ ମୃତ୍ୟୁରେ ସାରା ମାହାଙ୍ଗାରେ ଶୋକର ଛାୟା ଖେଳିଯାଇଛି । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ହସ୍ପିଟାଲରୁ ପ୍ରଶାନ୍ତଙ୍କ ଶବ ଧରି ଅଡମ ଗାଁ’କୁ ଆସିଥିବା ବେଳେ, ସ୍ଥାନୀୟ ବିଧାୟକଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକବ୍ୟକ୍ତ କରିବା ସହିତ ଦିବଂଗତ ଆତ୍ମାର ସଦଗତି କାମନା କରିଛନ୍ତି ।