fbpx

ସ୍ତ୍ରୀକୁ ପୋଡ଼ି ମାରିଦେଲା ରାକ୍ଷସ ସ୍ୱାମୀ!

କୁଚିଣ୍ଡା(ଓଡ଼ିଶା ଭାସ୍କର): ରାଜ୍ୟର ଅନେକ ସ୍ଥାନରେ ସ୍ତ୍ରୀକୁ ସ୍ୱୀମୀର ଅତ୍ୟାଚାର ଦିଆଯାଉଥିବା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କୁଚିଣ୍ଡାରେ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠି ସ୍ତ୍ରୀକୁ ସ୍ୱାମୀ କିରୋସିନି ଢାଳି ପୋଡ଼ି ମାରିବା ଅଭିଯୋଗ ହୋଇଛି । ଏହା କୁଚିଣ୍ଡାର ମହୁଲପାଲି ଥାନା ଫଟାଟାଙ୍ଗର ଗାଁରେ ଘଟିଛି । ପାରିବାରିକ କଳହରୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମହୁଲପାଲି ଥାନାରେ ମୃତ ମହିଳାଙ୍କ ଭାଇ ଏନେଇ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ ।

ଅନ୍ୟପଟେ ଧର୍ମଗଡ଼ରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦହ ଉଦ୍ଧାର ହୋଇଛି । ମହିଳାଙ୍କ ପରିଚୟ ଏବେ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ଜୁନାଗଡ଼ ସହର ନିକଟ ମେରିଆବନ୍ଦଲିରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ଅର୍ଦ୍ଧଦଗ୍ଧ ମହିଳାଙ୍କ ଶରୀରରେୁ ଡିସପୋଜାଲ ପାଇପ୍ ଲାଗିଛି । ଯାଞ୍ଚ ପାଇଁ ବଲାଙ୍ଗିରରୁ ସାଇଣ୍ଟିଫିକ୍ ଟିମ୍ ଆସୁଥିବା ଜଣାପଡିଛି ।

Get real time updates directly on you device, subscribe now.