fbpx

ସ୍ୱାମୀଙ୍କୁ ‘ବୋକା’, ‘ଅଳସୁଆ’…କହିବା ପଡ଼ିଲା ମହଙ୍ଗା, ଫ୍ଲିପ୍‌କାର୍ଟର ପ୍ରୋମୋସନାଲ ଭିଡିଓକୁ ନେଇ ତେଜିଲା ବିବାଦ, ଶେଷରେ କ୍ଷମା ମାଗିଲା କମ୍ପାନୀ

ନୂଆଦିଲ୍ଲୀ: ଭାରତର ବିଶିଷ୍ଟ ଇ- କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟ(Flipkart) । ଅଧିକାଂଶ ସମୟରେ ବିଶେଷ କରି ପାର୍ବଣ ସମୟରେ ଲୋକମାନେ ଏଭଳି ଅନଲାଇନ୍ ଶପିଂ ପ୍ଲାଟଫର୍ମ ମାଧ୍ୟମରେ ଅନେକ ଜିନିଷ ଅର୍ଡ଼ର କରିଥାନ୍ତି । ଅନଲାଇନ୍ ପ୍ଲାଟଫର୍ମରେ ମିଳୁଥିବା ଜିନିଷ ବଜାର ଦର ଠାରୁ କମ୍ ଥିବାରୁ ଏହା ଲୋକଙ୍କୁ ଅଧିକ ଆକର୍ଷିତ କରିଥାଏ । ବର୍ତ୍ତମାନ ଫ୍ଲିପକାର୍ଟରେ ‘ବିଗ୍ ବିଲିୟନ୍ ଡେଜ୍ ସେଲ’ର ଅଫର ଚାଲିଛି । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀ ନୂଆ ନୂଆ ବିଜ୍ଞାପନ ଜାରି କରିଥାଏ । ଏହା ଦ୍ୱାରା କମ୍ପାନୀର ସେଲ୍ସ ବୃଦ୍ଧି ପାଇଥାଏ । କିନ୍ତୁ ନିକଟରେ ଫ୍ଲିପକାର୍ଟର ଏକ ପ୍ରୋମୋସନାଲ ଭିଡିଓକୁ ନେଇ ପୁରୁଷ ଅଧିକାର ଗୋଷ୍ଠି ଏବଂ ସୋସିଆଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

ଫ୍ଲିପକାର୍ଟ ମହିଳାଙ୍କ ଉତ୍ପାଦ ବିକ୍ରିର ପ୍ରଚାର ପାଇଁ ଏହାର ପ୍ରୋମୋସନାଲ ଭିଡିଓ ପୋଷ୍ଟ କରିଥିଲା । ଏହି ଭିଡିଓରେ ଦର୍ଶାଯାଇଛି କି ଜଣେ ମହିଳା ଇ- କମର୍ସ ୱେବସାଇଟରୁ ଅନେକ ସଂଖ୍ୟାରେ ହ୍ୟାଣ୍ଡବ୍ୟାଗ୍ ଅର୍ଡ଼ର କରିଛି । କିନ୍ତୁ ଏହି ସବୁକୁ ସ୍ୱାମୀଙ୍କ ଦୃଷ୍ଟିରୁ କିପରି ଲୁଚାଇବ ବୋଲି ଦ୍ୱନ୍ଦ୍ୱରେ ରହୁଛି । ଏଥିରେ ମହିଳାଙ୍କୁ ପରାମର୍ଶ ଦିଆଯାଇଛି ଯେ ଏହି ସବୁ ହ୍ୟାଣ୍ଡ୍ ବ୍ୟାଗକୁ ସେ କିପରି ସ୍ୱାମୀଙ୍କ ଦୃଷ୍ଟିର ଦୂରେଇ ରଖିବେ । ଏହି ଭିଡିଓରେ ସ୍ୱାମୀଙ୍କୁ ‘ଅଳସୁଆ’ଏବଂ ‘ବୋକା’ ବୋଲି ଦର୍ଶାଯାଇଥିଲା । ଏଭଳି ଏକ ବିଜ୍ଞାପନକୁ ନେଇ ଫ୍ଲିପକାର୍ଟ ଅନେକ ସମାଲୋଚନାର ଶିକାର ହୋଇଥିଲା । NCMIndia କାଉନସିଲ ଏଭଳି ଭିଡିଓକୁ ଟକ୍ସିକ୍ ଏବଂ ଭ୍ରାନ୍ତକାରୀ ବୋଲି ଦର୍ଶାଇଛି । ଏତେ ସବୁ ପରେ ଫ୍ଲିପକାର୍ଟ କମ୍ପାନୀ ଏଭଳି ଏକ ଆପତ୍ତିଜନକ ଭିଡିଓ ପାଇଁ ‘ଏକ୍ସ’ରେ ଏକ ପୋଷ୍ଟ କରି କ୍ଷମାପ୍ରାର୍ଥନା କରିଥିଲା । ଏହା ପରେ କମ୍ପାନୀ ସେହି ଭିଡିଓକୁ ଡିଲିଟ୍ କରିଥିଲା ।

 

Get real time updates directly on you device, subscribe now.