ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ହସ୍ପିଟାଲରେ କାନ୍ଦୁଛନ୍ତି। ଉତ୍ତରପ୍ରଦେଶର ପ୍ରୟାଗରାଜର ଜଣେ ଲୋକପ୍ରିୟ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଉମ୍ମୁଲ ଖୈର ଫାତିମାଙ୍କ ଦ୍ୱାରା ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏକ ଭିଡିଓ କ୍ଲିପରେ, ସ୍ତ୍ରୀ ତାଙ୍କ ସନ୍ତାନ ପ୍ରସବ ପାଇଁ ଲେବର ରୁମକୁ ଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି ।
View this post on Instagram
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ବ୍ୟକ୍ତି ଜଣକ ମେଡିକାଲ ଷ୍ଟାଫ୍ଙ୍କ ଆଗରେ କାନ୍ଦିବାକୁ ଲାଗିଛନ୍ତି ଯେ ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ପିଲାକୁ ଏହି ଦୁନିଆକୁ ଆଣିବା ପାଇଁ କେତେ କଷ୍ଟ ସହିବାକୁ ପଡିବ। ଭିଡିଓରେ ଆପଣ ଦେଖିବେ ଯେତେବେଳେ ଡାକ୍ତର ସେହି ବ୍ୟକ୍ତିଙ୍କୁ ପଚାରନ୍ତି ଯେ ସେ ତାଙ୍କ ସ୍ତ୍ରୀଙ୍କୁ କେତେ ଭଲ ପାଆନ୍ତି, ସେ କାନ୍ଦି କାନ୍ଦି କୁହନ୍ତି, ମୁଁ ତାଙ୍କୁ ବହୁତ ଭଲ ପାଏ।
ଭିଡିଓରେ ଲେଖା ଅଛି, ‘ପ୍ରସବ ସମୟରେ ସାତଟି ସ୍ତର କଟାଯାଏ, ମୁଁ କାମନା କରୁଛି ଯେ ପ୍ରତ୍ୟେକ ସ୍ୱାମୀ ଏହା ବୁଝନ୍ତୁ।’ ଡାକ୍ତର ଫାତିମା ଭିଡିଓଟି ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ସମସ୍ତଙ୍କୁ ଜଣେ ପ୍ରେମମୟ ସ୍ୱାମୀ ମିଳିବା ଉଚିତ।’ ଏହି ଭିଡିଓକୁ ୪ ଲକ୍ଷରୁ ଅଧିକ ଲୋକ ଲାଇକ୍ କରିସାରିଥିବା ବେଳେ ହଜାର ହଜାର ଲୋକ କମେଣ୍ଟ ଦେଇଛନ୍ତି ।
ଏହି ଭିଡିଓଟି ପ୍ରକୃତରେ ହୃଦୟ ତରଳାଇ ଦେଉଥିବା ଭଳି। ଭାଇରାଲ୍ କ୍ଲିପ୍ଟି ପୁରୁଷମାନଙ୍କ ଉପରେ ପ୍ରସବ ଯନ୍ତ୍ରଣାର ଭାବପ୍ରବଣ ପ୍ରଭାବକୁ ଦର୍ଶାଉଛି, ଯାହା ବହୁତ କମ୍ ଦେଖାଯାଏ। ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, ଏପରି ପୁରୁଷମାନେ ଜୀବନର ସମସ୍ତ ଖୁସି ପାଇବାର ଯୋଗ୍ୟ। ଆଉ ଜଣେ ୟୁଜର କହିଛନ୍ତି, ମୁଁ କାମନା କରୁଛି ଯେ, ପ୍ରତ୍ୟେକ ସ୍ୱାମୀ ଏମିତି ହୃଦୟବାନ ଆଉ ପ୍ରେମମୟ ହୁଅନ୍ତୁ। ଆଉ ଜଣେ ୟୁଜର କହିଛନ୍ତି, ସେହି ମହିଳାମାନେ ଭାଗ୍ୟବାନ ଯେଉଁମାନେ ଏପରି ସ୍ୱାମୀ ପାଆନ୍ତି। ଆଉ ଜଣେ ୟୁଜର କହିଛନ୍ତି, ମୋ ସ୍ୱାମୀ ମଧ୍ୟ ସେତେବେଳେ ବହୁତ କାନ୍ଦିଥିଲେ। ସୌଭାଗ୍ୟବତୀ ଯିଏ ଏପରି ସ୍ୱାମୀ ପାଆନ୍ତି । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ସ୍ୱାମୀ ହେବ ତ ଏମିତି ।