ରାତିରେ ଚାଲିଯାଉଥିଲା ପତ୍ନୀ । ସକାଳେ ଫେରିବା ପରେ ପତୀକୁ କିଛି ଜଣାଉ ନଥିଲା । ସନ୍ଦେହରେ ପିଛା କରିବା ପରେ ୩ ଯୁବକଙ୍କ ସହ ଧରାପଡିଥିଲା ପତ୍ନୀ । ବାଡିରେ ବାଡେଇବା ସହ ପ୍ରାଇଭେଟ ପାର୍ଟକୁ ପିଟି ପିଟି ଶେଷରେ ନିଜର ଚରିତ୍ରହୀନ ପତ୍ନୀର ଜୀବନ ନେଇଥିଲା ପତି । ଏହି ଘଟଣାଟି ଛତିଶଗଡ ଅମ୍ବିକାପୁର ଜିଲ୍ଲାରେ ଘଟିଯାଇଛି ।
ସୂଚନା ମୁତାବକ, ଜଗତ ମଇୱାର ଓ ତାଙ୍କ ୩୨ ବର୍ଷୀୟା ପତ୍ନୀ ଜସିନ୍ତାଙ୍କ ମଧ୍ୟରେ ସର୍ବଦା ଝଗଡା ହେଉଥିଲା । ଏହାରି ମଧ୍ୟରେ ଜସିନ୍ତା ରାତିରେ କୁଆଡେ ଚାଲିଯାଉଥିଲେ । ସକାଳେ ଫେରିବା ପରେ ଜଗତ ଯେତେ ପଚାରିଲେ ବି କିଛି କହୁନଥିଲେ । ଏପ୍ରିଲ ୧୫ରେ ଜଗତ ସନ୍ଦେହ କରି ପିଛା କରିବାକୁ ଘରଠାରୁ ୫୦୦ ମିଟର ଦୂରରେ ୩ ଯୁବକଙ୍କ ସହ ନିଜ ପତ୍ନୀକୁ ଦେଖିବାକୁ ପାଇଥିଲେ । ପରେ ୩ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଜଗତ ନିଜ ପତ୍ନୀକୁ ଖୁବ୍ ପିଟିଥିଲେ । ଏପରିକି ପ୍ରାଇଭେଟ୍ ପାର୍ଟକୁ ବି ବାଡିରେ ମାରି କ୍ଷତାକ୍ତ କରିଥିଲେ ।
ଏତେ ସାରା ଘଟଣା ଘଟିବା ପରେ ବି ୧୬ ଏପ୍ରିଲ ସକାଳେ ଜସିନ୍ତା ଗାଁର ଅନ୍ୟ ଜଣେ ବ୍ୟକ୍ତିଙ୍କ ଘରକୁ ଚାଲି ଯାଇଥିଲେ । ଦ୍ୱିପହରେ ଜଗତ ତାଙ୍କୁ ଖୋଜି ପାଇବା ପରେ ମାରି ମାରି ଜସିନ୍ତାଙ୍କୁ ହତ୍ୟା କରିଥିଲେ ଓ ଶବକୁ ରାସ୍ତା କଡରେ ଫୋପାଡି ଘଟଣାସ୍ଥଳରୁ ଫେରାର୍ ହୋଇଥିଲେ । ଖବର ପାଇ ପୋଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଜଗତକୁ ଗିରଫ କରିଛି । ତେବେ ଉଭୟ ପତୀ-ପତ୍ନୀଙ୍କ ୨ଟି ସନ୍ତାନ ଥିବା ଜଣାପଡିଛି ।