fbpx

ମୋତେ ବାହାହେବୁ, ଆଉ ଜଣଙ୍କ ସହ ମଜା ନେବୁ: ମହିଳାଙ୍କୁ ଗଛରେ ବାନ୍ଧି ପିଟିଲେ ସ୍ୱାମୀ

ନୂଆଦିଲ୍ଲୀ: ଅନେକ ସମୟରେ ଦାମ୍ପତ୍ୟ କଳହ ପଦାରେ ପଡ଼ିବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ତେବେ ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କ ସନ୍ଦେହରେ ଜଣେ ମହିଳାଙ୍କ ଉପରେ ହୋଇଛି ଅକଥନୀୟ ମାଡ଼ । ଜଣେ ଯୁବକ ତାଙ୍କ ସ୍ତ୍ରୀଙ୍କୁ ଗଛରେ ଦଉଡ଼ିରେ ବାନ୍ଧି ଏକ ଠେଙ୍ଗାରେ ଗାଈଗୋରୁ ଭଳି ପିଟିବାକୁ ପଛାଇ ନାହାନ୍ତି ।

ତେବେ ରାଜସ୍ଥାନର ବାଂସୱାଡ଼ାରୁ ଏପରି ଏକ ଘଟଣା ଆସିଛି । ଏହି ଭିଡିଓ ଭାଇରାଲ ହେବା ପରେ ମହିଳାଙ୍କ ସ୍ୱାମୀଙ୍କ ସହ ୫ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ଖବର ଅନୁଯାୟୀ, ମହିଳା ଜଣଙ୍କ କିଛି କାମରେ ତାଙ୍କ ମାଉସୀଙ୍କ ଘରକୁ ଯାଇଥିଲେ । ଏହି ସମୟରେ ସେ ତାଙ୍କର ଜଣେ ଡ୍ରାଇଭର ବନ୍ଧୁଙ୍କ ଗାଡ଼ିରେ ବସି ଘରକୁ ଫେରିଥିଲେ । ଦୁଇଜଣଙ୍କୁ ଏକାଠି ଦେଖୀ ମାଉସୀ ମହିଳାଙ୍କ ଉପରେ ସନ୍ଦେହ କରି ତାଙ୍କୁ ବାନ୍ଧି ଦେଇଥିଲେ ।

ଏହାପରେ ମହିଳାଙ୍କ ସ୍ୱାମୀ ସେଠାରେ ପହଞ୍ଚି ଡ୍ରାଇଭର ଓ ମହିଳାଙ୍କୁ ଜିପରେ ବସାଇ ନିଜ ଗାଁକୁ ନେଇଯାଇଥିଲେ । ଏହାପରେ ମହିଳାଙ୍କୁ ତାଙ୍କ ପତି ୭ ଘଣ୍ଟା ପର୍ଯ୍ୟନ୍ତ ଏକ ଗଛରେ ବାନ୍ଧି ରଖିବା ସହ ଠେଙ୍ଗାରେ ଅମାନବୀୟ ଭାବେ ପିଟି ଚାଲିଥିଲେ । ମହିଳାଙ୍କୁ ଯୁବକ ଜଣଙ୍କ ଏତେ ଜୋରରେ ପିଟୁଥିଲେ ଯେ ମହିଳା ଜଣଙ୍କ ବହୁତ ଜୋରରେ ଚିକ୍ରାର କରୁଥିଲେ । ମାତ୍ର ତାଙ୍କର ଡାକ ଶୁଣିବାକୁ କେହି ଆସିନଥିଲେ । ପରେ ଏହି ଘଟଣା ପୋଲିସରେ ପହଞ୍ଚିବା ପରେ ମହିଳାଙ୍କ ସ୍ୱାମୀଙ୍କ ସହିତ ୫ ଜଣଙ୍କୁ ଗିରଫ କରାଯାଇଛି ।
ଏଠାରେ କହିବାକୁ ଚାହୁଁ ଯେ, ଦେଶର ପୁରୁଷ ଓ ନାରୀ ଆଜି ଯେତେ ଆଗକୁ ଆଗେଇଲେ ମଧ୍ୟ ଆଜି ବି ଦେଶର ଅନେକ ସ୍ଥାନରେ ବିଭିନ୍ନ କାରଣରୁ ନିରୀହ ମହିଳାମାନେ ଅତ୍ୟାଚାରିତ ହେଉଥିବାର ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.