fbpx

‘ମୁଁ ଏକୁଟିଆ ଅନୁଭବ କରୁନି…ବହୁତ ଖୁସିରେ ଅଛି’, ଆମୀର ଖାନଙ୍କ ସହ ନିଜ ଡିଭର୍ସକୁ ନେଇ ଏମିତି କିଛି କହିଲେ କିରଣ ରାଓ

ମୁମ୍ବାଇ: ବଲିଉଡ଼ ସେଲିବ୍ରିଟି ନିଜ ଅଭିନୟ ବ୍ୟତୀତ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥାନ୍ତି । ଫ୍ୟାନ୍ସମାନେ ମଧ୍ୟ ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ବେଶ ଉତ୍ସାହିତ ଥାନ୍ତି । ମିଷ୍ଟର ପର୍ଫେକସନିଷ୍ଟ ଭାବରେ ଜଣାଶୁଣା ଆମୀର ଖାନ୍ । ଲଗାନ୍, ଥ୍ରୀ ଇଡିୟଟ୍ସ, ଦଙ୍ଗଲ ଇତ୍ୟାଦି ଭଳି ହିଟ୍ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି । କିନ୍ତୁ ପୂର୍ବତନ ପତ୍ନୀ କିରଣ ରାଓଙ୍କ ସହ ତାଙ୍କ ଛାଡ଼ପତ୍ରକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା ।

ନିକଟରେ ‘ଲାପତା ଲେଡିଜ୍’ର ନିର୍ଦ୍ଦେଶକ କିରଣ ରାଓ ଏକ ସାକ୍ଷାତକାରରେ ଆମୀରଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଖୁଲାସା କରିଛନ୍ତି । ସେ କହିଛନ୍ତି, ‘ଆମୀରଙ୍କ ସହ ଛାଡ଼ପତ୍ର ନେବା ଏକ ଉତ୍ତମ ନିଷ୍ପତ୍ତି ଥିଲା । ସେ ବହୁତ ଭାବିଚିନ୍ତି ଏଭଳି ନିଷ୍ପତ୍ତି ନେଇଛନ୍ତି । ଦୁହିଙ୍କ ଚାଡ଼ପତ୍ର ହେବା ପରେ ସେ ବେଶ୍ ଖୁସିରେ ଅଛନ୍ତି । କିରଣଙ୍କୁ ଏବେ ବି ଆମୀର ଏବଂ ତାଙ୍କ ପରିବାର ସପୋର୍ଟ କରୁଛନ୍ତି । କିରଣଙ୍କ ପାଇଁ ଏହା ଏକ ହ୍ୟାପି ଡିଭର୍ସ । ମୁଁ ଅନୁଭବ କରେ କି ସମୟ ସମୟରେ ସର୍ମ୍ପକୁ ରିଡିଫାଇନ୍ କରିବା ଜରୁରୀ କାରଣ ବୟସ ସହ ବ୍ୟକ୍ତି ମଧ୍ୟରେ ଅନେକ ପରିବର୍ତ୍ତନ ଆସିଥାଏ ।’ ସେ ଆହୁରି ମଧ୍ୟ କହିଥିଲେ କି ଆମୀରଙ୍କ ସହ ରିଲେସନଶିପରେ ଆସିବା ପୂର୍ବରୁ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ମୁଁ ଏକା ଥିଲି । ମୋତେ ସ୍ୱତନ୍ତ୍ରତା ପସନ୍ଦ ଥିଲା । ବର୍ତ୍ତମାନ ମୋ ଜୀବନରେ ପୁଅ ‘ଆଜାଦ୍’ ଅଛି । ଏବେ ମୋତେ ଏକୁଟିଆ ଅନୁଭବ ହେଉନାହିଁ । ଲୋକଙ୍କ ଧାରଣା ଥିଲା କି ଛାଡ଼ପତ୍ର ପରେ ‘ଆଜାଦ୍’ ଏକୁଟିଆ ହୋଇଯିବ କିନ୍ତୁ ମୁଁ ତାକୁ କେବେ ଏପରି କେବେ ଅନୁଭବ କରାଇନି ।

Get real time updates directly on you device, subscribe now.