fbpx

ICC ଚମ୍ପିଆନ୍ସ ଟ୍ରଫି ୨୦୨୫: ପାକିସ୍ତାନ ଯିବା ପାଇଁ ପ୍ରସ୍ତୁତ ଆଫଗାନିସ୍ତାନ ଟିମ୍, ଭାରତୀୟ ଟିମକୁ ନେଇ ଦେଖାଦେଇଛି ଅନିଶ୍ଚିତତା

ନୂଆଦିଲ୍ଲୀ: ଆଇସିସି ଚମ୍ପିଆନ୍ସ ଟ୍ରଫି ୨୦୨୫କୁ ନେଇ ବଡ଼ ଖବର ସାମ୍ନାକୁ ଆସୁଛି । ଚଳିତ ବର୍ଷ ଆଇସିସି ଚମ୍ପିଆନ୍ସ ଟ୍ରଫିର ଆୟୋଜକ ଦେଶ ହେଉଛି ପାକିସ୍ତାନ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ତାରିଖ ବି ଘୋଷଣା କରାଯାଇଛି । କିନ୍ତୁ BCCIର କହିବାନୁଯାୟୀ ପାକିସ୍ତାନରେ ସୁରକ୍ଷା ସମ୍ବନ୍ଧୀୟ ଚିନ୍ତା କାରଣରୁ ଭାରତୀୟ ଦଳ ICC ଚମ୍ପିଆନ୍ସ ଟ୍ରଫି ଖେଳିବା ପାଇଁ ଯିବ ନାହିଁ । ଏହା ସହ ବିସିସିଆଇ ICC ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ଼କୁ ହାଇବ୍ରିଡ୍ ମଡେଲର ପରାମର୍ଶ ଦେଇଛି । ଏହି ମଡେଲ ଅନ୍ତର୍ଗତ ଭାରତୀୟ ଦଳ ନିଜ ମ୍ୟାଚ୍ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳିବ ।

ICC ଚମ୍ପିଆନ୍ସ ଟ୍ରଫି ୨୦୨୫ରେ ଭାରତର ଅଂଶ ଗ୍ରହଣକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଏଥିମଧ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ଼ର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ‘ସେ ଅଧ୍ୟକ୍ଷଙ୍କୁ କହିଛନ୍ତି ଯେ ଆଫଗାନିସ୍ତାନ ନିଜ ଟିମ୍ ପାକିସ୍ତାନ ପଠାଇବା ପାଇଁ ଉତ୍ସୁକ ଅଛନ୍ତି କାରଣ ସେମାନେ ପ୍ରଥମ ଥର ପାଇଁ ଚମ୍ପିଆନ୍ସ ଟ୍ରଫିରେ ଅଂଶ ଗ୍ରହଣ କରିବେ ।’ ଏହା ସହ ପାକିସ୍ତାନ କ୍ରିକେଟ୍ ବୋର୍ଡ଼ ଭାରତକୁ ମନେଇବା ଦାୟିତ୍ୱ ICC ଉପରେ ଛାଡ଼ିଦେଇଛନ୍ତି ।

Get real time updates directly on you device, subscribe now.