fbpx

ICCର ବଡ଼ କାର୍ଯ୍ୟାନୁଷ୍ଠାନ: ଶ୍ରୀଲଙ୍କା କ୍ରିକେଟ ବୋର୍ଡର ମେମ୍ବରଶିପ୍ ସସପେଣ୍ଡ

Advertisement

ନୂଆଦିଲ୍ଲୀ: ଭାରତରେ ଚାଲିଥିବା ଦିନିକିଆ କ୍ରିକେଟ ବିଶ୍ୱକପ ଏହା ମଧ୍ୟରେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୧୫ ତାରିଖରୁ ପ୍ରଥମ ସେମିଫାଇନାଲ ଆରମ୍ଭ ହେବ । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ।

ସୂଚନା ମୁତାବକ, ଶ୍ରୀଲଙ୍କା କିକେଟ ବୋର୍ଡର ମେମ୍ବରଶିପ ସସପେଣ୍ଡ କରିଛି ଆଇସିସି । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏକ ସଦସ୍ୟ ଭାବେ ନିଜର ଦାୟିତ୍ୱ ଉଲ୍ଲଂଘନ କରିଥିଲା । ଉଚିତ ସମୟରେ ଏହି ନିଲମ୍ବନର ସର୍ତ୍ତ ଆଇସିସିର ବୋର୍ଡ ଦ୍ୱାରା ସ୍ଥିର କରାଯିବ । ଆଇସିସି ବୋର୍ଡ ମିଟିଂରେ ନିଷ୍ପତ୍ତି ପରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ସସପେଣ୍ଡ କରିଦିଆଯାଇଛି । ଏନେଇ ଆଇସିସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଚଳିତ ବିଶ୍ୱକପରେ ଖରାପ ପ୍ରଦର୍ଶନ କାରଣରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବିତ କରିଥିଲା ଶ୍ରୀଲଙ୍କାର କ୍ରୀଡ଼ା ମନ୍ତ୍ରଣାଳୟ । ଦେଶର କ୍ରିକେଟ ବୋର୍ଡକୁ ସସପେଣ୍ଡ କରିବା ପାଇଁ ସଂସଦରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ଉଭୟ ଶାସକ ଓ ବିରୋଧୀ ଦଳମାନେ ଏହି ପ୍ରସ୍ତାବକୁ ପୂର୍ଣ୍ଣ ସମର୍ଥନ କରିଥିଲେ । ତେବେ ଶ୍ରୀଲଙ୍କା ସରକାରଙ୍କ ଏହି ନିଷ୍ପତ୍ତିକୁ ଆଇସିସିର ପସନ୍ଦ ଆସିନଥିଲା । କାରଣ ତାହା ନିୟମ ବିରୋଧୀ ଥିଲା । ତେଣୁ ଏନେଇ ଆଇସିସିର ବୋର୍ଡ ମିଟିଂ ବସି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

Get real time updates directly on you device, subscribe now.