fbpx

ଏଣିକି ବୁଲା କୁକୁରଙ୍କୁ ମିଳିବ ID Card: କେଉଁଠି ଓ କେମିତି ହେବ ସେମାନଙ୍କ ପରିଚୟ?

Advertisement

ମୁମ୍ବାଇ: ମଣିଷର ପରିଚୟ ପାଇଁ ବର୍ତ୍ତମାନ ଆଧାର କାର୍ଡ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର ଭାବରେ ସ୍ଥାନ ପାଇଛି । କିନ୍ତୁ ଏବେ କେବଳ ମଣିଷ ନୁହେଁ, ପଶୁପକ୍ଷୀମାନଙ୍କ ପାଇଁ ମଧ୍ୟ ଆଧାର କାର୍ଡର ବ୍ୟବସ୍ଥା କରାଯାଇଛି । ବୁଲା କୁକୁରମାନଙ୍କୁ ଚିହ୍ନିବା ପାଇଁ ସେମାନଙ୍କ ବେକରେ ଝୁଲାଇ ଦିଆଯାଇଛି ସ୍ୱତନ୍ତ୍ର ପରିଚୟ ପତ୍ର । ଏହି କୁକୁରମାନଙ୍କ ପରିଚୟ ପାଇବା ସହିତ ସେମାନଙ୍କ ବିଷୟରେ ତଦାରଖ ରଖିବା ପାଇଁ ଏପରି ବ୍ୟବସ୍ଥା କରାଯାଇଛି । କୌଣସି ଗୃହପାଳିତ ପଶୁ ଚୋରି ହୋଇଗଲେ କିମ୍ବା ହଜିଗଲେ ଏହି କାର୍ଡ ସେମାନଙ୍କୁ ଖୋଜିବାରେ ସାହାଯ୍ୟ କରିବ ବୋଲି ଜାଣିବାକୁ ମିଳିଛି ।

ସୂଚନା ଅନୁସାରେ, ମାୟାନଗରୀ ମୁମ୍ବାଇ ବିମାନ ବନ୍ଦରରେ ବୁଲୁଥିବା ୨୦ଟି ବୁଲା କୁକୁରଙ୍କ ବେକରେ ଏହି ପରିଚୟ ପତ୍ର ଝୁଲାଇଛି ବିଏମସି । ଏହି ପରିଚୟ ପତ୍ର ଦେବା ସହିତ ବିଏମସି ପକ୍ଷରୁ କୁକୁରଗୁଡିକୁ ଟୀକାକରଣ କରାଯାଇଛି । ଏହି ପରିଚୟ ପତ୍ରରେ କ୍ୟୁଆର କୋଡ ସହିତ ଆଧାର କାର୍ଡ ରହିଛି । ଯେଉଁ କୋଡକୁ ସ୍କାନ କରିବା ଦ୍ୱାରା କୁକୁରର ସମସ୍ତ ତଥ୍ୟ(ନାମ, ଟୀକାକରଣ, ବନ୍ଧ୍ୟାକରଣ ତଥା ଡାକ୍ତରୀ ବିବରଣୀ)ସମ୍ପର୍କରେ ଜଣାପଡିବ । ତେବେ ଏହି ଅଭିଯାନ ନାମକ ଏକ ସଂସ୍ଥା ପକ୍ଷରୁ ଆରମ୍ଭ ହୋଇଥିବା ବେଳେ ସାୟନର ଜଣେ ଇଞ୍ଜିନିୟର ଅକ୍ଷୟ ରିଡଲାନ ଏହାର ନେତୃତ୍ୱ ନେଇଛନ୍ତି । ଏହି କ୍ୟୁଆର କୋଡ ସାହାଯ୍ୟରେ ହଜିଯାଇଥିବା କୁକୁରକୁ ମଧ୍ୟ ମାଲିକ ଫେରି ପାଇପାରିବେ ବୋଲି କୁହାଯାଇଛି ।

ତେବେ ବାନ୍ଦ୍ରାର ସୋନିଆ ଶେଲାର ପ୍ରତିଦିନ ବିମାନ ବନ୍ଦର ଭିତରେ ବୁଲୁଥିବା ଏହି କୁକୁରଙ୍କ ସମେତ ପ୍ରାୟ ୩୦୦ ବୁଲା କୁକୁରଙ୍କୁ ଖାଇବା ପାଇଁ ଦେଇଥାନ୍ତି । ତେଣୁ କୁକୁରଙ୍କୁ ଆଧାର କାର୍ଡ ଦେବା କାର୍ଯ୍ୟକ୍ରମରେ ସେ ଏକ ଗୁରୁତ୍ୱପୂ୍ଣର୍ଣ ଦାୟିତ୍ୱରେ ରହିଛନ୍ତି । ଖାଦ୍ୟର ଲୋଭ ଦେଖାଇ କୁକୁରଙ୍କ ପାଖକୁ ଡାକିବା ହେଉଛି ସୋନିଆଙ୍କର ପ୍ରଥମ କାମ । ତେବେ ଏହି କ୍ୟୁଆର କୋଡ ଟ୍ୟାଗିଙ୍ଗ ଏକ ପାଇଲଟ ପ୍ରୋଜେକ୍ଟ ବୋଲି କହିଛନ୍ତି ଡ. କାଲିମ ପଠାନ ।

Get real time updates directly on you device, subscribe now.