fbpx

ଯଦି ବର୍ଷା ପାଇଁ କାଲି ଭାରତ-ପାକିସ୍ତାନ ମ୍ୟାଚ୍ ବାତିଲ ହୁଏ, ତେବେ କାହାକୁ କେତେ ପଏଣ୍ଟ ମିଳିବ?

Advertisement

ଓଡିଶା ଭାସ୍କର; ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୧୪ ମ୍ୟାଚକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । କାରଣ ଆସନ୍ତାକାଲି ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ । ହେଲେ ଏହି ମ୍ୟାଚରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଅହମ୍ମଦାବାଦ୍‌‌ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଯଦି ବର୍ଷା ପାଇଁ କାଲି ଭାରତ-ପାକିସ୍ତାନ ମ୍ୟାଚ୍ ବାତିଲ ହୁଏ, ତେବେ କାହାକୁ କେତେ ପଏଣ୍ଟ ମିଳିବ ଏହାକୁ ନେଇ ଚିନ୍ତାରେ ପଡିଛନ୍ତି କ୍ରୀଡ଼ାପ୍ରେମୀ । ପୂର୍ବରୁ ଏସିଆନ ଗେମରେ ମଧ୍ୟ ଏହି ସମାନ ପରିସ୍ଥିତି ଦେଖାଦେଇଥିଲା । ଭାରତ-ପାକିସ୍ତାନ ମ୍ୟାଚ ମାନଙ୍କରେ ବର୍ଷା ବାଧକ ସାଜିଥିବା ବେଳେ ମ୍ୟାଚଗୁଡିକ ବାତିଲ ମଧ୍ୟ ହୋଇଥିଲା । ଏହାପରେ କ୍ରିକେଟ ବୋର୍ଡ ନିୟମ ଅନୁଯାୟୀ ଉଭୟ ଦଳକୁ ପଏଣ୍ଟ ଭାଗକରି ଦିଆଯାଇଥିଲା । ସେହିପରି କାଲି ବି ଯଦି ବର୍ଷା ହୁଏ ତେବେ ଉଭୟ ଦଳକୁ ପଏଣ୍ଟ ଭାଗ କରିଦିଆଯିବ ।

ଯଦି ବର୍ଷା ପାଇଁ କାଲି ମ୍ୟାଚ୍ ବାତିଲ ହୁଏ, କାହାକୁ କେତେ ପଏଣ୍ଟ ମିଳିବ?

ଯଦି ବର୍ଷା ପାଇଁ କାଲି ଭାରତ-ପାକିସ୍ତାନ ମ୍ୟାଚ୍ ବାତିଲ ହୁଏ, ତେବେ ଭାରତ ଏବଂ ପାକିସ୍ତାନ ଗୋଟିଏ ଲେଖାଏଁ ପଏଣ୍ଟ ପାଇବେ। ଏହି ମ୍ୟାଚ୍ ପାଇଁ କୌଣସି ରିଜର୍ଭ ଡେ ରଖାଯାଇ ନାହିଁ । ଟୁର୍ଣ୍ଣାମେଣ୍ଟର ନକ୍ଆଉଟ୍ ମ୍ୟାଚ୍ ପାଇଁ ରିଜର୍ଭ ଡେ ଅଛି। ହେଲେ ଦର୍ଶକ ମାନେ ଆଦୌ ଚାହାନ୍ତି ନାହିଁ ଯେ, କାଲି ବର୍ଷା ହେଉ କିମ୍ବା ଭାରତ-ପାକିସ୍ତାନ ମ୍ୟାଚ ବାଧାପ୍ରାପ୍ତ ହେଉ । ଆସନ୍ତାକାଲି ସୁରୁଖୁରରେ ମ୍ୟାଚ ହେବ ଏବଂ ପ୍ରଥମରୁ ଶେଷ ପର୍ୟ୍ୟନ୍ତ ମ୍ୟାଚକୁ ଉପଭୋଗ କରିବାକୁ ସମସ୍ତ ଦର୍ଶକମାନେ ଆଶାବାଦୀ ଅଛନ୍ତି ।

Get real time updates directly on you device, subscribe now.