ଆପଣଙ୍କ ପାର୍ଟନର ଶୋଇବା ପୂର୍ବରୁ ଆପଣଙ୍କ ସହ ଏଭଳି କାମ କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ, ନଚେତ…
ଶୋଇବା ପୂର୍ବରୁ ପାର୍ଟନର ଏଭଳି କାମ କରୁଥିଲେ ସାବଧାନ
ଓଡିଶା ଭାସ୍କର: ସମ୍ପର୍କରେ ବିଶ୍ୱାସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ କିଛି କାମ ବା ଅଭ୍ୟାସ ଯାହା ଭଲ ସମ୍ପର୍କକୁ ମଧ୍ୟ ଭାଙ୍ଗିଦିଏ । ତେବେ ଆସନ୍ତୁ ଜାଣିବା ସେହି ଖରାପ କାମ ବା ଅଭ୍ୟାସ କଣ।
1 – ଯଦି ଆପଣଙ୍କ ପାର୍ଟନର ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ମୋବାଇଲ ବହୁତ ସମୟ ଦେଖୁଛନ୍ତି ଏବଂ ଆପଣଙ୍କୁ ଦେଖିବାକୁ ଦେଉନାହାଁନ୍ତି, ତେବେ ସେଥିପ୍ରତି ସଜାଗ ରୁହନ୍ତୁ।
2 – ଆପଣଙ୍କ ପାର୍ଟନର ଯଦି ଶୋଇବା ପୂର୍ବରୁ କାହାସହ ବାରମ୍ବାର ମେସେଜ୍ କିମ୍ବା ଫୋନରେ କଥା ହେଉଛନ୍ତି ଏବଂ ଆପଣଙ୍କୁ କହୁଛନ୍ତି ଯେ, ଏହି କଥା ଜରୁରୀ ଅଛି, ତେବେ ଆପଣ ବୁଝିଯାଆନ୍ତୁ ଯେ, ସେ ଆପଣଙ୍କୁ କିଛି ଲୁଚାଉଛନ୍ତି।
3 – ଶୋଇବାକୁ ଆସିବା ମାତ୍ରେ ଆପଣଙ୍କ ପାର୍ଟନର ଯଦି ତାଙ୍କ ଫୋନକୁ ସାଇଲେଣ୍ଟ କିମ୍ବା ଫ୍ଲାଇଟ୍ ମୋଡ୍ରେ ରଖନ୍ତି, ତେବେ ସେ ଆପଣଙ୍କୁ କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି।
4 – ଶୋଇବା ପୂର୍ବରୁ ହଠାତ୍ ଫୋନ ନେଇ ବାଥରୁମକୁ ଯିବା ଏବଂ ବହୁତ ସମୟ ପର୍ଯ୍ୟନ୍ତ ସେଠାରେ ରହିବା ସନ୍ଦେହ କରିବାର ଏକ କାରଣ।
5 – ଶୋଇବା ସମୟରେ ହଠାତ୍ ବିନା କାରଣରେ ରାଗିବା କିମ୍ବା ଅନାବଶ୍ୟକ ଯୁକ୍ତିତର୍କ କରିବା , ସମ୍ପର୍କ ଭାଙ୍ଗିବାର ମୂଳ କାରଣ ହୋଇଥାଏ।
ଏହି ଗୁରୁତ୍ୱପୂର୍ଣ୍ଣ କଥା ଗୁଡିକୁ ଅଣଦେଖା କରନ୍ତୁ ନାହିଁ ନଚେତ ବହୁତ ବଡ଼ ଅସୁବିଧା ହେବାର ସମ୍ଭାବନା ରହିଛି।