fbpx

ହାଇକୋର୍ଟରେ ବେଆଇନ୍ ବାଲି ଖାଦାନ ମାମଲା; ଉଠାଣ ଓ ପରିବହନ ଉପରେ ଅଙ୍କୁଶ ବଳବତ୍ତର

କଟକ: ହାଇକୋର୍ଟରେ ବେଆଇନ୍ ବାଲି ଖାଦାନ ମାମଲା । ବାଲି ଉଠାଣ ଓ ପରିବହନ ଉପରେ ହାଇକୋର୍ଟଙ୍କ ଅଙ୍କୁଶ ବଳବତ୍ତର । ସକାଳ ୭ରୁ ରାତି ୯ ଯାଏଁ ବାଲି ପରିବହନ ଉପରେ ସଂପୂର୍ଣ୍ଣ କଟକଣା ରହିଥିବା ବେଳେ ଅତ୍ୟାବଶ୍ୟକ ସ୍ଥଳେ ବାଲିଉଠାଣ ପାଇଁ ସର୍ତ୍ତମୂଳକ ଅନୁମତି ଦିଆଯାଇଛି । ମେସିନ୍ ଜରିଆରେ ବାଲି ଉଠାଣ ପାଇଁ ପରିବେଶ ମଞ୍ଜୁରୀ ଆବଶ୍ୟକ । ଭୌଗୋଳିକ ସ୍ଥିତି, ବାଲି ପରିମାଣ, ନଦୀ ଗତିପଥ ଦେଖି ଅନୁମତି ।

ଅଧିକାଂଶ ସମୟରେ ବିଭିନ୍ନ କାରଣ ପାଇଁ ନଦୀପଠାରୁ ବେଆଇନ ଭାବରେ ବାଲିଉଠାଣ ହେଉଥିବା ଦେଖାଯାଇଛି । ପୂର୍ବରୁ ଏଭଳି କାରନାମା ଉପରେ ଶକ୍ତ ନିର୍ଦ୍ଦେଶ ଜାରି କରିଥିଲେ ମାନ୍ୟବର ହାଇକୋର୍ଟ । ବାଲି ଉଠାଣ ଓ ପରିବହନ ଉପରେ ହାଇକୋର୍ଟଙ୍କ ଅଙ୍କୁଶ ବଳବତ୍ତର ରଖିଲେ ଉଚ୍ଚ ନ୍ୟାୟାଳୟ । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଉପରେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି ।

ଗତ ୨୧ ତାରିଖରେ ଏନେଇ ଖଣି ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଅତି ଆବଶ୍ୟକକୁ ଦୃଷ୍ଟିରେ ରକି ବିଭାଗ ଏହି ଅନୁମତି ଦେଇଥିଲା । ତେବେ ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିଥିଲେ ମଧ୍ୟ ବିଜ୍ଞପ୍ତି ଜାରି କରିଥିଲା ଖଣି ବିଭାଗ । ବର୍ତ୍ତମାନ ହାଇକୋର୍ଟ ଏହି ବାଲି ଉଠାଣ ଉପରେ ରୋକ୍ ଲଗାଇଛନ୍ତି ।

Get real time updates directly on you device, subscribe now.