ପାକିସ୍ତାନ ଅର୍ଥନୀତିରେ ଆସିବ ସୁଧାର, ଆଇଏମ୍ଏଫ ଦ୍ୱାରା ୭୦୦ ମିଲିୟନ ଡଲାର ଋଣ ଅନୁମୋଦିତ

ନୂଆଦିଲ୍ଲୀ: ପାକିସ୍ତାନର ଆର୍ଥିକ ସ୍ଥିତି କହାକୁ ଅଛପା ନୁହେଁ । ଦେଶ ଧିରେ ଧିରେ ଦରିଦ୍ରତା ଆଡ଼କୁ ଗତି କରୁଥିବା ବେଳେ ଲୋକମାନେ ଦୈନନ୍ଦିନ ଜିନିଷ ପାଇଁ ସରକାର ଉପରେ ନିର୍ଭରଶୀଳ । ଏଭଳି ସ୍ଥିତିରେ ପାକିସ୍ତାନ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ବେଲ୍ ଆଉଟ୍ ପ୍ୟାକେଜ ଅଧୀନରେ ପାକିସ୍ତାନ ପାଇଁ ୭୦୦ ମିଲିୟନ ଡଲାରର ଏକ ଋଣକୁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଅନୁମୋଦନ କରିଛି । ଷ୍ଟାଣ୍ଡବାଇ ଆରେଞ୍ଜମେଣ୍ଟ କିମ୍ବା SBA ପାକିସ୍ତାନରେ ଅର୍ଥନୈତିକ ସଂସ୍କାର ପାଇଁ ଏକ କାର୍ଯ୍ୟକ୍ରମ କରିଥିଲା । ଏହାର ସମୀକ୍ଷା କରିବା ପରେ ଆଇଏମ୍ଏଫ୍ ଏହି ନିଷ୍ପତ୍ତି ନେଇଛି ।

ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପାକିସ୍ତାନ ପାଇଁ ୭୦୦ ମିଲିୟନ ଡଲାରର ଏକ ଋଣ ଅନୁମୋଦନ କରିଛି ଯାହା ଆର୍ଥିକ ସଂକଟ ଦେଇ ଗତି କରୁଥିବା ଦେଶକୁ କିଛି ମାତ୍ରାରେ ଆଶ୍ୱସ୍ତି ଦେବ । ପାକିସ୍ତାନର ଅର୍ଥ ମନ୍ତ୍ରଣାଳୟ ଏକ ବିବୃତି ଜାରି କରି କହିଛି ଯେ SDRରେ ୭୦୦ ମିଲିୟନ ଆମେରିକୀୟ ଡଲାରର ଋଣ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ଷ୍ଟାଣ୍ଡବାଇ ବ୍ୟବସ୍ଥା ଅନୁଯାୟୀ ମୋଟ୍ ବିତରଣ ରାଶି ୧.୯ ବିଲିୟନ ଡଲାର ହୋଇଯିବ ।

Get real time updates directly on you device, subscribe now.