fbpx

ଇମରାନ ଖାନ୍‌ଙ୍କୁ ସାରା ଜୀବନ ଜେଲ୍‌ରେ ରଖିବା ଲାଗି ପ୍ରସ୍ତୁତି ଶେଷ, ସାଇଫର ମାମଲାରେ ଦୋଷୀ ସାବ୍ୟସ୍ତ

Advertisement

ନୂଆଦିଲ୍ଲୀ:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ଙ୍କୁ ସାରା ଜୀବନ ଜେଲ୍‌ରେ ରଖିବା ଲାଗି ପ୍ରସ୍ତୁତି ଶେଷ ହୋଇଯାଇଛି । ସାଇଫର କେଶ୍‌ରେ ଇମରାନ୍ ଖାନଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରମାଣିତ ହୋଇଯାଇଛି । ପୂର୍ବ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ଉପରେ ଔପଚାରିକ ରୂପରେ ଅଫିସିଆଲ ଡକ୍ୟୁମେଣ୍ଟ ଲିକ୍ କରିବାର ଅଭିଯୋଗ ଲାଗିଥିଲା ।

ଏହା ଏକ ଏପରି ମାମଲା ଯେଉଁଥିରେ ଅଭିଯୋଗ ସାବ୍ୟସ୍ତ ହେବା ପରେ ୧୦ ବର୍ଷ ଜେଲ୍ ଦଣ୍ଡ ସହିତ ଆଜୀବନ ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧ ଲାଗିଥାଏ । ଏହା ସେହି ମାମଲାର ପରିଣାମ ସ୍ୱରୂପ ଅଟେ, ଯେଉଁଠି ଇମରାନ ଖାନ୍ ଦାବୀ କରିଥିଲେ କି ତାଙ୍କୁ ସୈନ୍ୟ ବାହିନୀ ଦ୍ୱାରା ସମର୍ଥିତ ଆମେରିକାର ଏକ ଯୋଜନାର ଅଂଶ ଭାବରେ ଗାଦିଚ୍ୟୁତ କରାଯାଇଛି । କିନ୍ତୁ ଆମେରିକା ଓ ପାକିସ୍ତାନ ସେନା ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲେ ।
ସାଇଫର କେସ୍ ହେଉଛି ସେହି ମାମଲା ଯେଉଁଥିରେ ଇମରାନ୍ ଖାନ୍ ଗୋପନୀୟ ଫାଇଲ ସାର୍ବଜନୀନ କରି ଦାବୀ କରିଥିଲେ କି ଆମେରିକାର ଇସାରାରେ ପାକିସ୍ତାନ ସେନା ତାଙ୍କ ସରକାରକୁ ଗାଦିଚ୍ୟୁତ କରିବାକୁ ଲାଗି ପଡିଛି ।

ଇମରାନ ଖାନ୍‌ଙ୍କ ବିରୁଦ୍ଧରେ ଅଧିକାରୀକ ଭାବରେ ସୋମବାର ଅଭିଯୋଗ ଦାଖଲ କରାଯାଇଛି । ପାକିସ୍ତାନର ସଂଘୀୟ ଯାଞ୍ଚ ଏଜେନ୍ସୀ ଶାହ ଖାବର ଆଦିୟାଲା ଜେଲ୍ ବାହାରେ ଏ ବିଷୟରେ ସୂଚନା ଦେଇଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ଇମରାନ ଖାନ୍ ଏବେ ଏହି ଜେଲ୍‌ରେ ଅଛନ୍ତି ।
ଚଳିତବର୍ଷ ଅଗଷ୍ଟରେ ଭ୍ରଷ୍ଟାଚାର ଅଭିଯୋଗରେ ଇମରାନଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ହୋଇଥିଲା । କିନ୍ତୁ ପରେ ତାଙ୍କ ଦଣ୍ଡ ଉପରେ ଉପର କୋର୍ଟ ରୋକ ଲଗାଇଥିଲେ । କିନ୍ତୁ ସିକ୍ରେଟ ଡକ୍ୟୁମେଣ୍ଟ ଜାରି କରିବା ଅଭିଯୋଗରେ ଏବେ ବି ସେ ଜେଲ୍‌ରେ ରହୁଛନ୍ତି ।

Get real time updates directly on you device, subscribe now.